ତାମିଲନାଡୁରେ ପ୍ରବଳ ବର୍ଷା, ଚେନ୍ନାଇ ସହ ୫ ଜିଲ୍ଲା ପ୍ରଭାବିତ, ବନ୍ଦ ହେଲା ସ୍କୁଲ

Published By : Prameya-News7 Bureau | June 19, 2023 IST

ନୂଆଦିଲ୍ଲୀ, ୧୯/୦୬: ତାମିଲନାଡୁର ଜାରି ରହିଛି ପ୍ରବଳ ବର୍ଷା। ପ୍ରବଳ ବର୍ଷା ଅନେକ ଅଞ୍ଚଳରେ ଜଳମଗ୍ନ ହୋଇଛି। ଏମିତିକି ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ପ୍ରବଳ ବର୍ଷା ଏବଂ ଝଡ଼କୁ ଦୃଷ୍ଟିରେ ରଖି ସୋମବାର ଚେନ୍ନାଇ ସହ ପାଞ୍ଚ ଜିଲ୍ଲା କାଞ୍ଚିପୁରମ୍‌, ଚେଙ୍ଗଲପଟ୍ଟୁ, ତରୁବଲ୍ଲୁର ଏବଂ ରାନୀପେଟ୍‌ରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏହି ଜିଲ୍ଲାମାନଙ୍କରେ ରବିବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ସେହିପରି ରାଜ୍ୟର ମୀନାବକ୍କମରେ ରବିବାର ସକାଳ ୮ଟା୩୦ରୁ ସୋମବାର ସକାଳ ୫ଟା୩୦ ସୁଦ୍ଧା ୧୩୭.୬ ମିମି ବର୍ଷା ରେକର୍ଡ ହୋଇଛି। ତାରାମଣୀ ଏବଂ ନନ୍ଦନମ ବ୍ୟତୀତ ଚେମ୍ବରମବକ୍କମରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଥିବା କହିଛି ଆଇଏମଡି ।

ଆହୁରି ପଢ଼ନ୍ତୁ: ଉତ୍ତର ଭାରତରେ ତାତିର ରେକର୍ଡ; ପ୍ରଚଣ୍ଡ ଗ୍ରୀଷ୍ମଲହରୀରେ ୟୁପି ଓ ବିହାରରେ ଶତାଧିକ ମୃତ

ଏହାସହ ଆଇଏମଡିର ଅନୁମାନ ଅନୁଯାୟୀ, ସୋମବାର ତାମିଲନାଡୁ, ପୁଡୁଚେରୀ ଏବଂ କରାଇକଲର ଅନେକ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିପାରେ। କାଞ୍ଚିପୁରମ, ଚେଙ୍ଗଲପଟ୍ଟୁ, ତିରୁବନ୍ନାମଲାଇ, କଲ୍ଳାକୁରିଚୀ, ଭିଲ୍ଲୁପୁରମ, କୁଡ୍ଡାଲୋର, ମାଇଲାଦୁଥରୁରାଇ, ନାଗାପଟ୍ଟିନମ, ତିରୁବରୁର, ତଞ୍ଜାପୁର, ତ୍ରିଚି, ଆରିୟାଲୁର, ପେରମ୍ବଲୁର ସହ ୧୩ ଜିଲ୍ଳାରେ ପ୍ରବଳ ବର୍ଷା ନେଇ ମଧ୍ୟ ଅନୁମାନ କରିଛି ଆଇଏମଡି।

wp:embed {"url":"https://twitter.com/i/status/1670656787027210241","type":"rich","providerNameSlug":"twitter","responsive":true}
https://twitter.com/i/status/1670656787027210241
/wp:embed

ସେପ​‌ଟେ ରାଜଧାନୀ ଦିଲ୍ଲୀ ଏବଂ ନୋଏଡାରେ ମଧ୍ୟ ସୋମବାର ହାଲୁକା ବର୍ଷା ଦେଖିବାକୁ ମିଳିଛି। ସେହିଭଳି ପୂର୍ବ ଭାରତ ବିଶେଷକରି ଆସାମରେ ଗତ ଏକ ସପ୍ତାହରୁ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ବ୍ରହ୍ମପୁତ୍ର ସହ ରାଜ୍ୟର ଅନେକ ନଦୀସ୍ତର ବଢ଼ିଛି। ଫଳରେ କିଛି ଅଞ୍ଚଳରେ ବନ୍ୟାସ୍ଥିତି ଉପୁଜିଛି। ବର୍ଷାର ପ୍ରଭାବରେ ପ୍ରାୟ ୧୦ ଜିଲ୍ଲା ପ୍ରଭାବିତ ହୋଇଛନ୍ତି। ଏହି ଜିଲ୍ଳାରେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୂସ୍ଖଳନ ଓ ବର୍ଷା ବିତ୍ପାତ; ୫ଜଣ ମୃତ, ୨୮ରୁ ଅଧିକ ନିଖୋଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.