Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାପାନ ମୁହାଁଇଛି ସାମୁଦ୍ରିକ ବାତ୍ୟା ‘ମାୱାର’, ବଢୁଛି ବନ୍ୟା ଓ ଭୂ-ସ୍ଖଳନ ଆଶଙ୍କା

2/06/2023 at 5:14 PM

ଟୋକିଓ ୨।୬: ଜାପାନ ଉପରେ ପ୍ରକୋପ କରିଛି ପ୍ରକୃତି। ସାମୁଦ୍ରିକ ବାତ୍ୟା ‘ମାୱାର’ ଜାପାନକୁ ମୁହାଁଇଛି। ଫଳରେ ଭୀଷଣ ବର୍ଷା ଲାଗି ରହିଥିବା ବେଳେ ଭୂ-ସ୍ଖଳନ ଆଶଙ୍କା ଦେଖା ଦେଇଛି। ମାୱାରର ପ୍ରଭାବ ଏବେ ଜାପାନ ଉପକୂଳ ଉପରେ ପଡିଛି। ଫଳରେ ଶୁକ୍ରବାର ଭୀଷଣ ବର୍ଷା ଲାଗିରହିଥିବା ବେଳେ ବନ୍ୟା ଓ ଭୂ-ସ୍ଖଳନର ଆଶଙ୍କା ଦେଖା ଦେଇଛି। ଏହି ବାତ୍ୟା ଦକ୍ଷିଣ, ପଶ୍ଚିମ ଓ ମଧ୍ୟ ଜାପାନ ଉପରେ ପ୍ରକୋପ କରିବ ବୋଲି ଜଣାପଡିଛି।

ସାମୁଦ୍ରିକ ବାତ୍ୟା ଓ ତତ୍‌ଜନିତ ବର୍ଷାକୁ ନଜରରେ ରଖି ରେଳ ଚଳାଚଳ ବାତିଲ କରାଯାଇଛି। ଉପୁଜିଥିବା ପରିସ୍ଥିତିରେ ଶନିବାର ସକାଳ ସୁଦ୍ଧା ପଶ୍ଚିମ ଓ ମଧ୍ୟ ଜାପାନରେ ୩୫ ସେଣ୍ଟିମିଟର ବର୍ଷା ଆଶଙ୍କା କରାଯାଉଛି। ପଶ୍ଚିମ ଜାପାନର ୱାକାୟାମା, କୋଚି ଓ ମଧ୍ୟ ଜାପାନର ନାଗାନୋ ସମେତ ସମ୍ବେଦନଶୀଳ ଅଞ୍ଚଳର ବାସିନ୍ଦାଙ୍କୁ ବନ୍ୟା ଓ ଭୂ-ସ୍ଖଳନର ଚେତାବନୀ ଜାରି କରାଯାଇଛି। ଏଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି।

ଆସନ୍ତା ୧୧ତାରିଖ ଯାଏଁ ତାତିରୁ ମିଳୁନି ତ୍ରାହି, ଗରମ ଓ ଗୁଳୁମୁଳିରେ ଛଟପଟ ସାରା ରାଜ୍ୟ

ଟେଲିଭିଜନରେ ପ୍ରସାରିତ ଭଡିଓ ଅନୁସାରେ ୱାକାୟାମା ସହରର ନଦୀ ଉଛୁଳୁଥିବାର ଦେଖାଯାଇଛି। ରାଜଧାନୀ ଟୋକିଓରେ ବର୍ଷା ଯୋଗୁ ମଧ୍ୟାହ୍ନରେ ବିଦ୍ୟାଳୟ ଛୁଟି କରିଦିଆଯାଇଛି। ସେହିପରି ମଧ୍ୟ ଜାପାନ ରେଲୱେ କମ୍ପାନୀ ଅନୁସାରେ ରାଜଧାନୀ ଟୋକିଓ-ୱାକାୟାମା ମଧ୍ୟରେ ଭୀଷଣ ବର୍ଷା ଯୋଗୁ ଶିଙ୍କାନସେନ୍‌ ସୁପର ଏକ୍ସପ୍ରେସ୍‌ ଟ୍ରେନଗୁଡିକୁ ବାତିଲ କରିଦିଆଯାଇଛି ବା ସେଗୁଡିକ ବିଳମ୍ବରେ ଚାଲୁଛି। ସାମୁଦ୍ରିକ ବାତ୍ୟା ଯୋଗୁ ବେଳକୁ ବେଳ ପବନର ବେଗ ବୃଦ୍ଧି ହେଉଥିବାରୁ ଦକ୍ଷିଣ ଜାପାନରେ ଉଡାଣ ରଦ୍ଦ କରାଯିବା ସହ ନୌକାଚଳାଚଳ ମଧ୍ୟ ବାତିଲ ହୋଇଛି।  

   Related Posts