Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

CSK vs GT: ଆଇପିଏଲ୍‌ ଫାଇନାଲ୍‌ରେ ବର୍ଷା ସାଜିଲା ବାଧକ, ଟସ୍ ପଡ଼ିବା ବିଳମ୍ବ

28/05/2023 at 7:35 PM

ଅହମଦାବାଦ: ଫ୍ୟାନ୍ ପ୍ରୁସ୍ତୁତ ଖେଳାଳି ପ୍ରସ୍ତୁତ। ଆଜି ଗୁଜରାଟ ଓ ଚେନ୍ନାଇ ମଧ୍ୟରେ ହେବ ଘମାଘୋଟ ଲଢ଼େଇ। ଆସବୁ ଆଶା ଉତ୍କଣ୍ଠାରେ ପାଣିଫାଟିଲା ଅହମଦାବାଦରେ ବର୍ଷା ଛେଚିଲା। ଫାଇନାଲ୍‌ରେ ବର୍ଷା ସାଜିଲା ବାଧକ।

ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚେନ୍ନାଇ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ସଂସ୍କରଣ ଫାଇନା ମ୍ୟାଚ୍ ବର୍ଷା ଯୋଗୁ ବନ୍ଦ ରହିଛି। ଏପର୍ଯ୍ୟନ୍ତ ଟସ୍ ପଡ଼ିପାରି ନାହିଁ। ଅହମଦାବାଦରେ ମୂଶଳଧାରାରେ ବର୍ଷା ହେଉଛି।

अहमदाबाद का नरेंद्र मोदी स्टेडियम.

ମ୍ୟାଚ୍‌ର ସ୍ଥିତି

ଯଦି ୧୦.୨୦ ପର୍ଯ୍ୟନ୍ତ ବର୍ଷା ଖେଳା ଆରମ୍ଭ ହେଲେ ସମ୍ପୂର୍ଣ୍ଣ ଓଭର ଖେଳ ହେବ। ସେହିପରି ୧୨.୨୬ ମିନିଟ୍‌ରେ ଖେଳ ଆରମ୍ଭ ହେଲା ଉଭୟ ପକ୍ଷରୁ ୫ ଓଭର ଲେଖାଏ କଟାଯିବ।

ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ମାହୀ-ଆଣ୍ଡ-କୋ। ସେପଟେ ହାର୍ଦ୍ଦି ପାଣ୍ଡ୍ୟାଙ୍କ ନେତୃତ୍ବରେ ଖେଳୁଥିବା ଗୁଜରାଟ ଟାଇଟନ୍ସ କ୍ବାଳିଫାୟର-୧ ଚେନ୍ନାଇ ଠାରୁ ପରାସ୍ତ ହେବାର କ୍ଷତକୁ ଏପର୍ଯ୍ୟନ୍ତ ଭୁଲି ପାରିନାହିଁ ।

ପଢ଼ନ୍ତୁ- ଆଇପିଏଲ ୨୦୨୩; ୫ ଖେଳାଳି ଦେବେ ଫାଇନାଲ ପଞ୍ଚ, ଦୁଇ ବୋଲର ସିକନ୍ଦର, ଗିଲ୍‌ଙ୍କ ଉପରେ ସମସ୍ତଙ୍କ ନଜର

ଆଜି ସଂଧ୍ୟାରେ ଆଇପିଏଲ ମହା-ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ବୋଲି କୁହାଯାଉଛି । ଚଳିତ ସିଜିନରେ ଉଭୟ ଦଳ ମଧ୍ୟରେ ହୋଇଥିବା ଗତ ଦୁଇ ମ୍ୟାଚ ଉପରେ ନଜର ପକାଇଲେ, ଫିନାଲେ  ମ୍ୟାଚରେ ୫ ବୋଲିରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ ଖେଳା ଯାଇଥିବା ମ୍ୟାଚରେ ପାଓ୍ବାର ପ୍ଲେରେ ମୋଟ୍ ୨୬ଟି ଓ୍ବିକେଟ୍ ପଡ଼ିଛି । ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଖରେ ସନ୍ତୁଳିତ ଦଳ ରହିଛି । ପାଓ୍ବାର ପ୍ଲେରେ ଓ୍ବିକେଟ୍ ଖସାଇବା ପାଇଁ ମହମ୍ମଦ ସାମି ପ୍ରସ୍ତୁତ ହୋଇଥିବା ବେଳେ ସିଏସକେ ପାଖରେ ଦୀପକ ଚହର ରହିଛନ୍ତି । ଏହି ଦୁଇ ବୋଲିର ନୂଆ ବଲରେ ବ୍ୟାଟର ପାଇଁ ବିପଦଜନକ ସାବ୍ୟସ୍ତ ହେବେ । ବିଶେଷ କରି ଶୁବମନ ଗିଲଙ୍କୁ ପଡ଼ିଆ ଚୁପ୍ ରଖିବାକୁ ଚେନ୍ନାଇ ବୋଲର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

କାରଣ ଚଳିତ ସିଜିନ୍ ଗିଲ୍ ଟପ୍ ଫର୍ମରେ ରହିଛନ୍ତି ।  ଗିଲ୍‌ଙ୍କ ବଳରେ ଗୁଜରାଟ ଆଇପିଏଲ ଫାଇନାଲରେ ପହଞ୍ଚିଛି । ମୋଟ୍ ୧୬ଟି ମ୍ୟାଚ ଖେଳି ଶୁବମନ ୮୫୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୩ଟି ଶତକ ରହିଛି । ସେହିପରି ମହମ୍ମଦ ସାମି ୧୬ଟି ମ୍ୟାଚରୁ ସର୍ବାଧିକ ୨୮ଟି ଓ୍ବିକେଟ୍ ନେଇଛନ୍ତି । ତାଙ୍କ ପଛରେ ରହିଛନ୍ତି ରସିଦ୍ ଖାନ୍ ୧୬ଟି ମ୍ୟାଚରୁ ୨୭ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।  

   Related Posts