ଜୁଲାଇ ୧୬ ପରେ ବଡ଼ ବର୍ଷା, ସୃଷ୍ଟି ହେବ ଲଘୁଚାପ: ୨୦ ଜିଲ୍ଲାର ୭୧ ବ୍ଲକରେ ନିଅଣ୍ଟିଆ

Published By : Prameya-News7 Bureau | July 07, 2023 IST

ଭୁବନେଶ୍ୱର ୦୭/୦୭: ଗତ ୨୪ ଘଣ୍ଟା ହେଲା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪.୬ ମିମି ବର୍ଷା ରେକର୍ଡ ହୋଇଛି ।

ଏହା ସ୍ୱାଭାବିକ ବର୍ଷା ତୁଳନାରେ ୪୬% ଅଧିକ ବୋଲି ଆଞ୍ଚଳିକ ପା ଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ତେବେ ନିୟମିତ ବଡ଼ ବର୍ଷା ନାହିଁ । ଏଯାଏଁ ନିଅଣ୍ଟିଆ ସ୍ଥିତିରୁ ବାହାରି ପାରୁନି ରାଜ୍ୟ । ଜୁଲାଇ ପ୍ରଥମ ସପ୍ତାହରେ ଯେଉଁ ଲଘୁଚାପ ଆଶା ଥିଲା ତାହା ହେଲାନି । ଯେତିକି ବର୍ଷା ହେଉଛି ସେଥିରେ ଚାଷ କାମ ଆଗେଇ ପାରୁନି ।

ରାଜ୍ୟରେ ୨୮ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୨୦ ଜିଲ୍ଲାର ୭୧ଟି ବ୍ଲକ୍ ରେ ନିଅଣ୍ଟିଆ ବୃଷ୍ଟିପାତ ସମସ୍ୟା ଦେଖା ଦେଇଛି । ଜଳ ସଙ୍କଟ ସମସ୍ୟା ହେତୁ ଫସଲ ସୁପରିଚାଳନା ଲାଗି OUAT ପରାମର୍ଶ ଦେଇଛି । ଏମିତି ସ୍ଥିତିରେ ଆସନ୍ତା ୧୬ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଶା ଦେଖାଇଛି ପାଣିପାଗ ମଡେଲ୍ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ।

You can also read..

wp:embed {"url":"https://www.prameyanews7.com/another-cyclonic-storm-rainfall-to-increase-from-9/","type":"wp-embed","providerNameSlug":"prameya-news-7"}
https://www.prameyanews7.com/another-cyclonic-storm-rainfall-to-increase-from-9/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.