ସୋମବାରଠୁ ବଢିବ ଗରମ, କମିବ ଶୀତ : ୩୧ରୁ ପୁଣି ବଦଳିବ ପାଗ

Published By : Prameya-News7 Bureau | January 29, 2024 IST

ଭୁବନେଶ୍ୱର ୨୯।୦୧ : ଆଗକୁ ପୁଣି ହେବ ବର୍ଷା । ରାଜ୍ୟର କିଛି ସ୍ଥାନରେ ୪ ଦିନ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମା ଝଡ଼ ପ୍ରଭାବରେ ୩୧ରୁ କାଁ ଭାଁ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩୧ ତାରିଖରୁ କାଁ ଭାଁ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । କିନ୍ତୁ ଅଧିକ ବର୍ଷା ବା ବିସ୍ତୃତ ଅଞ୍ଚଳରେ ବର୍ଷା ହେବନି । ତେବେ ସୋମବାରଠାରୁ ରାଜ୍ୟରେ ରାତି ତାପମାତ୍ରା ଆହୁରି ବଢ଼ିଯିବ ।

wp:embed {"url":"https://www.prameyanews7.com/heavy-cold-wave-at-lamtaput-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heavy-cold-wave-at-lamtaput-2/
/wp:embed

୩୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧ରେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । ୨ ଓ ୩ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପୂର୍ବାନୁମାନ କରିଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ

ଡ. ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି, ୧ ତାରିଖରୁ ଦିନ ଓ ରାତି ତାପମାତ୍ରା ବଢ଼ିଯିବ । ୪ ରୁ ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩୦ଡିଗ୍ରୀରୁ ଅଧିକ ରହିବ । ୩୧ ତାରିଖରୁ ବର୍ଷା ହେବା ସମ୍ଭାବନା ବିଶେଷ ନାହିଁ ବୋଲି ସେ ଆକଳନ କରିଛନ୍ତି । ଆଜି ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍‌ ୬.୪ଡିଗ୍ରୀ ରହିଛି । ସୁନ୍ଦରଗଡ଼ରେ ୭.୪, ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୮.୫, କେନ୍ଦୁଝରରେ ୯ ଓ ରାଉରକେଲାରେ ୯.୪ ଡିଗ୍ରୀ ରେକର୍ଡ ହୋଇଛି ।

wp:embed {"url":"https://www.prameyanews7.com/bigg-boss-17-winner-munawar-faruqui/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bigg-boss-17-winner-munawar-faruqui/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.