ବାତ୍ୟା ‘ତିତଲି’ ପ୍ରଭାବ ; ଆହୁରି ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର  ୧୨|୧୦: ବାତ୍ୟା ‘ତିତଲି' ଏବେ  ଅନୁଗୋଳଠାରୁ ୭୦କିଲୋମିଟର ଦୂରରେ ଡିପ୍  ଡିପ୍ରେସନର ରୂପ ନେଇ କେନ୍ଦ୍ରୀଭୂତ ହୋଇଛି । ଏହା ଧୀରେ ଧୀରେ ପଶ୍ଚିମବଙ୍ଗ ଆଡକୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ । ତେଣୁ ଆହୁରି ୨୪ଘଣ୍ଟା ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ପାଗରେ ପରିବର୍ତ୍ତନ ହେବ । ଡିପ୍ ଡିପ୍ରେସନ୍ ପଶ୍ଚିମବଙ୍ଗ ମୁହାଁ ହୋଇଥିବାରୁ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୫ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁଁ ୩ଟି ଜିଲ୍ଲାରେ ପରିସ୍ଥିତି ଗମ୍ଭୀର ରହିଛି । ଗଞ୍ଜାମ, ଗଜପତି ଓ ରାୟଗଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୬ଟି ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇଛି । ଏହା ସହ ୭୮ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.