scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ, ଦକ୍ଷିଣ ଓ ଉପକୂଳ ଜିଲ୍ଲାକୁ ଆଲର୍ଟ !

1/12/2023 at 9:07 PM

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି।

ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେ ଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପ୧⁄୨ିମ ଦିଗରେ ଗତି କରିବା ସହ ଡିସେମ୍ବର ୪ ତାରିଖ ରାତି କିମ୍ବା ଡିସେମ୍ବର ୫ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରେ ଉପକୂଳ ଅତିକ୍ରମ କରିବ ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି।

ପରବର୍ତ୍ତୀ ସମୟରେ ଏହା ନିଜର ଗତିପଥ ବଦଳାଇ ଉତର-ଉତରପୂର୍ବ ଦିଗରେ ସ୍ଥଳ ଭାଗରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବା ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଡିସେମ୍ବର ୫ ତାରିଖରେ ପବନର ବେଗ ଘଂଟା ପ୍ରତି ୭୫ କିମି ରହିବାର ସମ୍ଭାବନା ରହିଛି । ଏଥି ସହିତ ଏହି ସବୁ ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି କହିଛି ।

ଏହି ସବୁ ଜିଲ୍ଲାଗୁଡ଼ିକରେ ଡିସେମ୍ବର ୫ ଓ ୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ଡିସେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକ ଜିଲ୍ଲା ସମେତ ଏହାର ନିକଟବର୍ତୀ ଅଂଚଳଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ, ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସିଇସି କହିଛି ।

   Related Posts