ଅଦିନିଆ ବର୍ଷାରେ ବେହାଲ ତାମିଲନାଡୁ, ବନ୍ଦ ହେଲା ସ୍କୁଲ-କଲେଜ

Published By : Prameya-News7 Bureau | November 30, 2023 IST

ତାମିଲନାଡୁର ରାଜଧାନୀ ଚେନ୍ନାଇ ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରଯାଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ, ଝଡ଼ ଏବଂ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଉ ଆଇଏମଡିର ଚେତାବନୀ ପରେ ସରକାର ସତର୍କ ହୋଇଛନ୍ତି। ସରକାର ଚେନ୍ନାଇ, ଚେଙ୍ଗଲପଟ୍ଟୁ, ରାନୀପେଟ ଏବଂ କାଞ୍ଚିପୁରମ ଜିଲ୍ଲାର ସ୍କୁଲ ଏବଂ ତିରୁବଲ୍ଲୁରର ସ୍କୁଲ ଏବଂ କଲେଜ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି।

ସୂଚନାଥାଉକି, ବୁଧବାର ଠାରୁ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ସୋସିଆଲ ମିଡିଆରେ ଅନେକ ଫଟୋ ସାମ୍‌ନାକୁ ଆସିଛି। ପାଣି ଭରିବା ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ସମସ୍ୟା ଉପୁଜିଛି। ଟ୍ରେନ ଚଳାଚଳ ବିଳମ୍ବ ହୋଇଛି।

ଆହୁରି ପଢ଼ନ୍ତୁ: ଉଦୟନାଥ ଷ୍ଟାଲିନ୍ ଆଶ୍ବସ୍ତ; ସନାତନ ଧର୍ମ ଟିପ୍ପଣୀରେ ବିଚାର କରିବାକୁ ମନା କଲେ ସୁପ୍ରିମକୋର୍ଟ

ନିୟୋଜିତ ହୋଇଛନ୍ତି ପାଞ୍ଚ ଏନଡିଆରଏଫ୍‌ ଟିମ୍‌

ସେହିଭଳି ବର୍ଷାକୁ ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବରେ ସତର୍କ ହୋଇଛନ୍ତି। ବାତ୍ୟା ଚେତାବନୀକୁ ଦେଖି ଚେନ୍ନାଇ, ଚେଙ୍ଗପେଟ ଏବଂ ବିଲ୍ଲୁପୁରରମ ଜିଲ୍ଲାରେ ଏନଡିଆରଏଫର ପାଞ୍ଚ ଟିମ୍‌ ନିୟୋଜିତ କରାଯାଇଛି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ଅଧିକାରୀ ଏବଂ ମନ୍ତ୍ରୀଙ୍କ ଏବଂ ବିଧାୟକଙ୍କୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏମିତିରେ ଚେନ୍ନାଇ ନିଗମ ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି।

ସତର୍କତା ଜାରି କରିଛି ପାଣିପାଗ ବିଭାଗ:

ସେପଟେ ପାଣିପାଗ ବିଭାଗ ୨ ଏବଂ ୩ ଡିସେମ୍ବର ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହି ସମୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି। ଆଇଏମଡି ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏବଂ ଏହା ସହ ସଂଲଗ୍ନ ଆଣ୍ଡାମାନ ସାଗରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଯାହା ଡିସେମ୍ବର ୨ ବେଳକୁ ବାତ୍ୟାରେ ପରିଣତ ହେବ।

ଆହୁରି ପଢ଼ନ୍ତୁ: ଭାରତକୁ ଆସିବା ମାତ୍ରେ ବଢିଲା ଅଞ୍ଜୁଙ୍କ ଅଡୁଆ, ଗାଁ’ରେ ପ୍ରବେଶ ନିଷେଧ କଲେ ଗ୍ରାମବାସୀ

ଏହା ସହ ଆଇଏମଡି ଡିସେମ୍ବର ୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ, କେରଳ, ପୁଡୁଚେରୀ ଭଳି ଅନ୍ୟ ଦକ୍ଷିଣ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ବର୍ଷା ଏବଂ ବାତ୍ୟା ନେଇ ଭବିଷ୍ୟବାଣୀ କରିଛି। ଏହା ସହ ଏହି ସ୍ଥାନରେ ବର୍ଷାକୁ ନେଇ ପ୍ରସ୍ତୁତି କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.