ରାଜ୍ୟରେ ୨୪ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା: ପାଣିପାଗ ବିଭାଗର ସୂଚନା, ପଶ୍ଚିମବଙ୍ଗ ମୁହାଁଇବ ଲଘୁଚାପ

Published By : Prameya-News7 Bureau | October 21, 2020 IST

ଭୁବନେଶ୍ୱର୨୧/୧୦: ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ‘ୱେଲମାର୍କ-ଲୋପ୍ରେସର’ରେ ପରିଣତ ହୋଇଯାଇଛି। ଆସନ୍ତାକାଲି ଏହି ଲଘୁଚାପ ଅବପାତରେ ପରିଣତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର-ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

wp:core-embed/twitter {"url":"https://twitter.com/mcbbsr/status/1318825253162807297?s=20","type":"rich","providerNameSlug":"twitter","className":""}
https://twitter.com/mcbbsr/status/1318825253162807297?s=20
/wp:core-embed/twitter

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୱେଲମାର୍କ ଲୋ ପ୍ରେସରଟି ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ ଏହା ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ-ବଙ୍ଗଲାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

wp:core-embed/twitter {"url":"https://twitter.com/mcbbsr/status/1318849733725544448?s=20","type":"rich","providerNameSlug":"twitter","className":""}
https://twitter.com/mcbbsr/status/1318849733725544448?s=20
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.