ଲଗାଣ ବର୍ଷାରେ ବେହାଲ ସ୍ଥିତି, ଭୁଶୁଡିଲା ଘରର କାନ୍ଥ
11/09/2022 at 10:32 AM

ଗଜପତି ୧୧।୦୯ : ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ। ଗଜପତି ଜିଲା ଗୁମ୍ମା ବ୍ଲକର କୁଯାସିଙ୍ଘ ପଞ୍ଚାୟତରେ ନୂଆସାହି, ଅଢେଇ, ଗିରା ଅଞ୍ଚଳରେ ବହୁ ଘରର କାନ୍ଥ ଭୁଶୁଡ଼ି ଯାଇଛି। ତେବେ ଏହାଦ୍ଵାରା କେହି ମୃତାହତ ହୋଇନାହାଁନ୍ତି।
ସେହିପରି ଜିଲ୍ଲାରେ ଆଗକୁ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେପଟେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ତୁହାତୁହା ବର୍ଷା ହେଉଥିବା କାରଣରୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023