scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ଆସନ୍ତା ୩ ଦିନ ଯାଏ ପ୍ରବଳ ବର୍ଷା

5/09/2023 at 9:26 AM

ଭୁବନେଶ୍ୱର ୦୫।୦୯ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ତେବେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଭୀଷଣ ବର୍ଷିବ । ୭୦ରୁ ୨୦୦  ମିଲିମିଟର ପର୍ଯ୍ୟନ୍ତ ବର୍ଷାହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି ।  ଏହାବାଦ୍‌ ମଙ୍ଗଳବାର ରାୟଗଡ଼ା, କନ୍ଧମାଳ, ବୌଦ୍ଧ,  ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା,  ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି,  ସୋନପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା  ଅଛି । ଏଠାରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା  ହୋଇପାରେ । 

ସେହିଭଳି ୬ ତାରିଖରେ  ମାଲକାନଗିରି, କୋରାପୁଟ, ନବରଙ୍ଗପୁର,  ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୭ରେ ସୁନ୍ଦରଗଡ଼, କେନ୍ଦୁଝର,  ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର ଓ ନୂଆପଡ଼ାରେ ମଧ୍ୟ  ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ  କେନ୍ଦ୍ର ଆକଳନ କରିଛି । 

ସୋମବାର ଚାନ୍ଦବାଲିରେ ୪୦.୫,  ପାରଳାଖେମୁଣ୍ଡିରେ ୩୩, ଅନୁଗୁଳରେ ୩୦,  ତାଳଚେରରେ ୧୨, ଦାରିଙ୍ଗିବାଡ଼ିରେ ୨୮, ନୟାଗଡ଼ରେ  ୨୬ ଓ ଢେଙ୍କାନାଳରେ ୧୭ ମିମି ବର୍ଷା ହୋଇଛି ।

   Related Posts