ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରଭାବରେ ରାତିରେ ବଢିବ ବର୍ଷା

Published By : Prameya-News7 Bureau | May 02, 2019 IST

ଭୁବନେଶ୍ବର ୨|୫: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରଭାବରେ ରାତିରୁ ବର୍ଷାର ପରିଣାମ ବଢିବ । ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ । ଚିଲିକା ନିକଟରେ ପବନର ବେଗ ଅଧିକ ରହିବ । ଦେଢ ମିଟର ଉଚ୍ଚରେ ଉଠିବ ସମୁଦ୍ର ଜୁଆର । ବନ୍ଦରଗୁଡିକ ପାଇଁ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ।

ଅତି ଭୀଷଣ ଚକ୍ରବାତର ରୂପ ନେଇଛି ‘ଫନି’ । ଏହା ପୁରୀଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ବିଶାଖାପାଟଣାରୁ ୨୧୦କିଲୋମିଟର ଦୂରରେ ରହିଛି । ଘଣ୍ଟାକୁ ୧୫ କିଲୋମିଟର ବେଗରେ ‘ଫନି’ ଓଡିଶା ମୁହାଁ ରହିଛି ।

ତେବେ ‘ଫନି’ ଆସନ୍ତାକାଲି ଅପରାହ୍ନ ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ । ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ। ଏ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ବଢିପାରେ । ଲ୍ୟାଣ୍ଡଫଲ୍ ବେଳେ ୧.୫ ମିଟର ଉଚ୍ଚ ସମୁଦ୍ର ଜୁଆର ଉଠିବା ଆଶଙ୍କା ରହିଛି । ରାଜ୍ୟର ସମସ୍ତ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.