ଆସୁଛି ଆଉ ଏକ ଲଘୁଚାପ; ୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | October 05, 2018 IST

ଭୁବନେଶ୍ୱର ୫/୧୦ : ଆସନ୍ତା ୯ ତାରିଖରେ ପୁଣି ଘନୀଭୂତ ହୋଇପାରେ ଆଉ ଏକ ଲଘୁଚାପ | କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହି ଲଘୁଚାପ ଘନୀଭୂତ ହେବ ଫଳରେ ଓଡିଶା ଉପକୂଳ ଅଂଚଳରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ସୂଚନା ଦେଇଛି | ଅକ୍ଟୋବର ୧୧ ତାରିଖରେ ଏହି ଲଘୁଚାପ ଓଡିଶା ଉପକୂଳ ଛୁଇଁବ | ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରି ଡିପ୍ରେସନ କିମ୍ବା ଡିପ ଡିପ୍ରେସନର ରୂପ ନେଇପାରେ | ଅକ୍ଟୋବର ୧୨ ତାରିଖ ସୁଦ୍ଧା ଏହି ଲଘୁଚାପ ଉତ୍ତର ଓଡିଶା ପାଖାପାଖି ଉପକୂଳ ଅତିକ୍ରମ କରିପାରେ | ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ଵର ଏବଂ ମୟୁରଭଞ୍ଜରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.