suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ୧୯ରୁ ୨୧ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

15/09/2018 at 10:35 AM

ଭୁବନେଶ୍ବର ୧୫|୯: ଆସନ୍ତା ୧୮ ତାରିଖରେ ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିଭଳି ପଶ୍ଚିମବଙ୍ଗ ଓ ବିହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୯ରୁ ୨୧ ଯାଏ ତିନିଦିନ ଧରି ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ୧୮ ତାରିଖ ସନ୍ଧ୍ୟା କିମ୍ବା ୧୯ ତାରିଖ ସକାଳ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୨୦ ତାରିଖରେ ଲଘୁଚାପ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ୨୨ ତାରିଖରେ ଏହା ଉତ୍ତର-ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଛତିଶଗଡ଼ ଅଭିମୁଖେ ଅତିକ୍ରମ କରିବ ଫଳରେ ବର୍ଷା କମିଯିବ ଓ ପାଗ ଶୁଖିଲା ରହିବ ।

   Related Posts