ଆଗାମୀ ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ! ୯ଟି ରାଜ୍ୟକୁ ସତର୍କ ସୂଚନା
26/01/2019 at 11:15 AM

ନୂଆଦିଲ୍ଲୀ ୨୬|୧: ଆଗାମୀ ୪୮ଘଣ୍ଟା ମଧ୍ୟରେ ଦେଶର କିଛି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । କିଛି ଅଞ୍ଚଳରେ ତୁଷାରପାତ ଏବଂ ଘନ କୁହୁଡି ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ସିକିମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗନାର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ରାଜ୍ୟମାନଙ୍କର କିଛି ଅଞ୍ଚଳରେ ବର୍ଷା ସହ କୁଆପଥର ମଧ୍ୟ ପଡିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହା ବ୍ୟତୀତ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜାମ୍ମୁକାଶ୍ମୀରରେ ମଧ୍ୟ ଆଗାମୀ ୪୮ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି । କେତେକ ଅଞ୍ଚଳରେ ତୁଷାରପାତ ମଧ୍ୟ ହେବାର ସମ୍ଭାବନା ରହିଛି । ପଞ୍ଜାବର କିଛି ଅଞ୍ଚଳରେ ଘନ କୁହୁଡି ମଧ୍ୟ ହେବାର ସମ୍ଭାବନା ରହିଛି । ପଶ୍ଚିମ ରାଜସ୍ଥାନରେ କେତେକ ସ୍ଥାନରେ କୋହଲା ପାଗ ହେବାର ସମ୍ଭାବନା ରହିଛି । ସେହିଭଳି ମଧ୍ୟପ୍ରଦେଶ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ କେତେକ ସ୍ଥାନରେ ଘନ କୁହୁଡି ହୋଇପାରେ । ରାଜସ୍ଥାନରେ ମଧ୍ୟ କୁହୁଡି ହେବାର ସମ୍ଭାବନା ରହିଛି ।