ମାୟନଗରୀ ମୁମ୍ବାଇରେ ମୁଷଳଧାରା ବର୍ଷା : ୧୩ଟି ଟ୍ରେନ ରଦ୍ଦ, ଆହୁରି ବର୍ଷିବ

Published By : Prameya-News7 Bureau | July 01, 2019 IST

ମୁମ୍ବାଇ ୧/୭ : ମହାରାଷ୍ଟ୍ରରେ ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ବର୍ଷା । ଗତ ଶୁକ୍ରବାର ଠାରୁ ବର୍ଷା ଲାଗିରହିଛି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ମାଟୁଙ୍ଗା, ସାୟନ, ଦାଦର ଇଷ୍ଟ ୱେଷ୍ଟ, କୁର୍ଲା, ଚେମ୍ବୁର ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ରେଳ ଧାରଣା ଉପରେ ପାଣି ଜମି ରହିଛି । ଫଳରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଟ୍ରେନ ଚଳାଚଳ ବନ୍ଦ ରହିଛି । ରେଳବାଇ ଆଜି ୧୩ଟି ଟ୍ରେନ ରଦ୍ଦ କରିଛନ୍ତି । ଅପରପକ୍ଷରେ ଗୁଜରାଟ ବଳାସଦ ଜିଲ୍ଲାରେ ୧୦ ଘଣ୍ଟା ମଧ୍ୟରେ ୯ ଇଞ୍ଚ ବର୍ଷା ହୋଇଛି ।

{"id":129331}

ପାଣିପାଗ ବିଭାଗ ମହାରାଷ୍ଟ୍ର, ଓଡିଶା, ଗୋଆ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡରେ ଜୁଲାଇ ୪ ତାରିଖ ଯାଏଁ ଭୀଷଣ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି । ଏ ସମସ୍ତ ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । ଅପରପକ୍ଷରେ ଦିଲ୍ଲୀ ଏବଂ ହରିୟାଣାରେ ଗରମ ଲାଗିରହିଛି । ଗରମ ଯୋଗୁଁ ଆଉ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ ଛୁଟି ବଢ଼ାଇ ଦିଆଯାଇଛି ।

{"id":129332}

ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ରବିବାର ରାତି ସାଢେ ୧୧ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ୬୩ ମିମି ବର୍ଷା ରେକର୍ଡ କରାଯାଇଛି ।

{"id":129333}

ବର୍ଷା ଯୋଗୁଁ ରାସ୍ତାରେ ଏତେ ମାତ୍ରରେ ପାଣି ଜମି ରହିଛି ଯେ ପିଲାଙ୍କୁ ସ୍କୁଲ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାସ୍ତାରେ ଗାଡି ମାତ୍ର ଅଧା ଅଧା ପାଣିରେ ବୁଡି ରହିଛି ।

{"id":129334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.