scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଦଳିଲା ପାଗ,୧୪ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

11/07/2023 at 8:51 PM

ଭୁବନେଶ୍ଵର: ବଦଳିଲା ପାଗ । ଆରମ୍ଭ ହେଲା ବର୍ଷା । ରାଜଧାନୀରେ ମେଘୁଆ ପାଗ ସାଙ୍ଗକୁ ମଝିରେ ମଝିରେ ଝିପଝିପ ବର୍ଷା ଲାଗି ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ ଅନୁସାରେ ୧୪ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଧିକ ପଢନ୍ତୁ- ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ୨୧ରୁ ପ୍ରବଳ ବର୍ଷା !

ଏଥିସହ ବର୍ତ୍ତମାନ୍ ରାଜ୍ୟରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଜଇଶେଲମେରରୁ ବାହାରି; ସିକର, ଓରାଇ , ସୁଲତାନପୁର,  ପାଟନା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବଦିଗରେ ଅରୁଣାଚଳ-ପ୍ରଦେଶ  ଯାଏଁ  ଲମ୍ବିଛି। ଏହା ବାୟୁମଣ୍ଡଳରେ  ୦.୯  କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଆଜି ପ୍ରବଳ ବର୍ଷା ନେଇ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ସେହିସବୁ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ଗଂଜାମ, ପୁରୀ  ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

SRC has directed Collectors of several Odisha districts to remain alert in  view of heavy rainfall forecast by India Meteorological Department

ସେହିପରି ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରାବଣରେ ଭଲ ବର୍ଷା ହେଉ ନଥିବାରୁ ବଡ଼ବର୍ଷାକୁ ଅପେକ୍ଷା କରି ରହିଛନ୍ତି ଚାଷୀ । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ପଛେଇ ଯାଇଛି । ଭଲ ବର୍ଷା ହେଉ ନଥିବାରୁ ଚାଷ ଜମି ଫାଟି ଗଲାଣି ।୧୭ ଜିଲ୍ଲାର ସ୍ଥିତି ସାଙ୍ଘାତିକ ଥିବା ବେଳେ ଚଳିତ ମୌସୁମୀ ଋତୁରେ , ୧ ଜୁନରୁ ଆଜି ୧୧  ଜୁଲାଇ ମଧ୍ୟରେ ୨୩୨.୭   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୧୪  ମିମି ତୁଳନାରେ ୨୬  ପ୍ରତିଶତ କମ ରହିଛି।

ଏହି ପରିଧି ମଧ୍ୟରେ  ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୬.୮   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୪୫% ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୬.୫  ମିମି ସହ  ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି  ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪% କମ ରହିଛି।

   Related Posts