ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ତିନି ନଦୀରେ ଆସିପାରେ ବନ୍ୟା

Published By : Prameya-News7 Bureau | August 19, 2022 IST

ଭୁବନେଶ୍ଵର:  ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ସେପଟେ ବର୍ଷା ଓ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ବେସିନ୍‌ରେ ଅଧିକ ବର୍ଷାର ସମ୍ଭାବନା ରହିଛି । ତେଣୁ ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ  ବନ୍ୟା ଆଶଙ୍କା ରହିଛି । ବାଲେଶ୍ବର, ମୟୁରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝରରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁରକୁ ଅତିରିକ୍ତ ଓଡ୍ରାଫ ଓ ଏନଡିଆରଏଫ ଟିମ୍‌ ପଠାଯିବ ବୋଲି କହିଛନ୍ତି ଏସଆରସି ।  ମୁଣ୍ଡଳିର ତଳମୁଣ୍ଡରେ ଜଳସ୍ତର କମିଥିବା ବେଳେ କୌଣସି ଜାଗାରେ ନୂଆ ଘାଇ ସୃଷ୍ଟି ହୋଇନାହିଁ । ହୀରାକୁଦ୍‌ରେ ପର୍ଯ୍ୟାୟ କ୍ରମେ ଗେଟ୍‌ ପରେ ଗେଟ୍‌ ବନ୍ଦ କରାଯାଉଛି ।  ସେପଟେ ହୀରାକୁଦର ଜଳସ୍ଥଳ ମଧ୍ୟ କମିବାରେ ଲାଗିଛି । ଓଡ଼ିଶାରେ ସମସ୍ତ ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।  ଆସନ୍ତା କାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ଲାଗି ବାରଣ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.