krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଙ୍ଗୋପସାଗରରେ ସୃଷ୍ଚି ଲଘୁଚାପର ପ୍ରଭାବ ରହିବ ଦିନେ, ୧୯ ଜିଲ୍ଲାରେ ପ୍ରବଳ ବର୍ଷା

18/08/2023 at 7:55 AM

low pressure

ଭୁବନେଶ୍ୱର ୧୮/୦୮: ଆଜି ୧୯ ଜିଲ୍ଲାରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ଉପକୂଳ ସମେତ ଆଭ୍ୟନ୍ତରୀଣରେ ବି ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ, ଲଘୁଚାପର ପ୍ରଭାବ ଆଉ ଦିନଟିଏ ରହିବ ।

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବେଶି ବର୍ଷିବ ଦକ୍ଷିଣ ଓଡ଼ିଶାରେ । ୧୯ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ବର୍ଷା ପ୍ରକୋପ କମିବ । ପୁଣି ୨୩ ତାରିଖରୁ ବଢିବ । ଆଜି ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଭଳି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏସବୁ ସ୍ଥାନରେ ୭ରୁ ୨୦ସେଣ୍ଟିମିଟର ବର୍ଷା ହୋଇପାରେ । ଆସନ୍ତା ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ୨୫ରୁ ୩୧ ତାରିଖ ଭିିତରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।

   Related Posts