ଲଗାଣ ବର୍ଷାରେ ବେହାଲ ସୋନପୁର, ଅନେକ ଅଞ୍ଚଳ ଏବେ ଜଳମଗ୍ନ

Published By : Prameya-News7 Bureau | August 13, 2022 IST

ସୋନପୁର ୧୩।୦୯ : ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଶୁକ୍ରବାରଠୁ ସୋନପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଛି । ଯାହାଫଳରେ ସହରର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ ହୋଇଛି । କାହା ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିର ସୁଅ ଦେଖିବାକୁ ମିଳିଥିଲା । 

{"id":670254,"sizeSlug":"full","linkDestination":"none"}

ବିଶେଷକରି ଜିଲ୍ଲାର ପ୍ରବାହିତ ଦୁଇଟି ବଡ ନଦୀ ମହାନଦୀ ଓ ତେଳନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି  । ସୋନପୁର ସହରରେ ବିଭିନ୍ନ ବସ୍ତି ଓ ପଡାମାନଙ୍କରେ ବର୍ଷା ଜଳ ଜମି ରହିଛି। ସହର ଗୋକନେଶ୍ବର ପଡା ଭିତରେ ୩ ଫୁଟ୍  ଜଳ ପ୍ରବାହିତ ହେଉଥିବାବେଳେ ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

{"id":670255,"sizeSlug":"full","linkDestination":"none"}

ତେବେ ଲଗାଣ ବର୍ଷାରେ ଜନ ଜୀବନ ମଧ୍ୟ  ବେହାଲ ହୋଇପଡିଛି ସୋନପୁର ଜିଲ୍ଲା। ମହାନଦୀ ଓ ତେଳନଦୀରେ ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ନଇ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି  । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପାଇଁ ପ୍ରସ୍ତୁତ ରହିଥିବା କୁହଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.