ମାଲକାନଗିରିରେ ଲଗାଣ ବର୍ଷା : ପୋଲ ଭିତରେ ଖସି ପଡିଲା ମାଲବାହୀ ଟ୍ରକ, ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର୍
15/08/2020 at 9:36 AM

ମାଲକାନଗିରି ୧୫।୦୮: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ବନ୍ୟା ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା କୌଣସି ସୁଧାର ଆସିନାହିଁ । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କାଙ୍କୁରୁକୋଣ୍ଣା ଓ ଏମ.ଭି.96 ଠାରେ ପୋଲ ଉପରେ ତିନି ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଥିବା ବେଳେ ଆଜି ସକାଳେ ଏକ ମାଲବାହୀ ଟ୍ରକ କାଙ୍କୁରୁକୋଣ୍ଣା ପୋଲ ଉପରେ ପାରି ହେଉଥିବା ବେଳେ ପୋଲ ଭିତରେ ଖସି ପଡିଛି । ତେବେ ଟ୍ରକ ରେ ଥିବା ଡ୍ରାଇଭର୍ ଓ ହେଲପରଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ, ସେମାନେ ନଈ ମଝିରେ ଫସି ରହିଛନ୍ତି । ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଜାରି ରଖିଛନ୍ତି ।

Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022