ପୋଲ ଉପରେ ଚାଲିଛି ୩ ଫୁଟ୍‌ର ବର୍ଷା ପାଣି, ଯାତାୟତ ଠପ୍‌

Published By : Prameya-News7 Bureau | August 09, 2022 IST

କାଲିମେଳା ୦୯।୦୮: ଲଣାଣ ବର୍ଷାରେ ବେହାଲ ମାଲକାନଗିରି । ପୋଲ ଉପରେ ଚାଲିଛି ତିନି ଫୁଟର ବର୍ଷା ପାଣି । ଯାହାଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ବିଜୟଓ୍ୱାଡା ଠାରୁ ରାଞ୍ଚି ମଧ୍ୟରେ ଯାତାୟତ ଠପ୍‌ ରହିଛି । ପୋଲର ଉଭୟ ପଟେ ଅଟକି ରହିଛି ଅନେକ ଗାଡି ।

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ଫୁଟ୍‌ର ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ବିଜାୱଆଡା ଠାରୁ ରାଞ୍ଚି ରାସ୍ତାର ପୋଲର ଉଭୟ ପଟେ ଶତାଧିକ ଗାଡ଼ିମଟର ଅଟକି ରହିଛି । ଏପରିକି ମାଲକାନଗିରି ସହିତ କାଲିମେଳା,ଏମ ଭି:୭୯, ଏମ ପି ଭି :୮୧, ଏମ ଭି:୮୮, ମୋଟୁ ,ପଡିଆ ସହିତ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ତେବେ କୌଣସି ଅଘଟଣ ଆଶଙ୍କା ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି । ପାଣି ଭିତରକୁ କାହାକୁ ଯିବାକୁ ଅନୁମତି ଦେଉନାହିଁ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.