ମୋହନା ୧୩।୦୮: ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ l ଫଳରେ ଗଜପତି ଜିଲ୍ଲା ମୋହନା ଠାରୁ ଧନୁପଙ୍କ , ବଢେଇପୁର, ଗୁଣ୍ଡ୍ରିଗୁଡା ଓ ନୂଆସାହି ଆଦି ୪ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି l
{"id":670037,"sizeSlug":"full","linkDestination":"none"}
ଖବର ଅନୁଯାୟୀ, ହରଭଙ୍ଗୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି l ତେଣୁ ଏହି ୪ ଗ୍ରାମବାସୀଙ୍କ ଯାତାୟାତ ପାଇଁ ବ୍ଲକ ପ୍ରଶାସନ ଓ ଗ୍ରାମବାସୀ ମିଳିତ ଭାବେ ଏକ ଆପ୍ରୋଚ ରୋଡ ନିର୍ମାଣ କରିଥିଲେ l ହେଲେ ଗତ ରାତି ଠାରୁ ଲଗାଣ ବର୍ଷା ଯୋଗୁଁ ଏହି ଅପ୍ରୋଚ ରୋଡ ଧୋଇଯାଇଛି l ଯାହାଫଳରେ ସ୍ଥାନୀୟଲୋକଙ୍କ ଯିବାଆସିବାରେ ଆସୁବିଧା ହେଉଛି । ପାଖାପାଖି ୪ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
{"id":670038,"sizeSlug":"full","linkDestination":"none"}