ବଲାଙ୍ଗୀରରେ ପ୍ରବଳ ବର୍ଷା, ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଲେ ବାସିନ୍ଦା
22/05/2022 at 10:25 PM

ବଲାଙ୍ଗୀର ,୨୨/୦୫: ଦୀର୍ଘ ଦିନ ଧରି ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ଗରମରେ ଭାଜି ହେଉଥିଲେ ବଲାଙ୍ଗୀର ଜିଲ୍ଲାବାସୀ । ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ଥିଲା । ଏନେଇ ବଲାଙ୍ଗୀର ଜିଲ୍ଲାରେ ତାହା ଦେଖିବାକୁ ମିଳିଛି । ଦୀର୍ଘ ୧ ଘଣ୍ଟା ଧରି ବର୍ଷା ହେବା ସହ ପ୍ରବଳ ଘଡଘଡି ସହ ବିଜୁଳି ମାରିଛି। ତାତିରେ ଘାଣ୍ଟି ହେଉଥିବା ଜିଲ୍ଲାବାସୀଙ୍କୁ ମିଳିଛି ଅସ୍ୱସ୍ତି । ଜିଲ୍ଲାରେ ଚଳିତ ବର୍ଷ ମଧ୍ୟ ତାତିରେ ରେକର୍ଡ କରିଥିଲା ବଲାଙ୍ଗୀର ଜିଲ୍ଲା । କାଳବୈଶାଖୀରେ କିଛି ବର୍ଷା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାତି ବଢିବା ସହ ଗୁଳୁଗୁଳି ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଜିଲ୍ଲାବାସୀ । ତେବେ ଏବେ ବର୍ଷା କିଛିଟା ଅସ୍ୱସ୍ତି ଦେବା ସହ ତାତି ମଧ୍ୟ କମିବା ନେଇ ଆଶା କରିଛନ୍ତି ଜିଲ୍ଲାବାସୀ ।
Related Posts
ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ
5 July 2022