ବର୍ଷାରେ ବେହାଲ ଭଦ୍ରକ : ଅନେକ ଅଞ୍ଚଳରେ ପଶିଲା ପାଣି, ଚାଷ ଜମି ଜଳମଗ୍ନ
26/08/2020 at 8:57 AM

ଭଦ୍ରକ ୨୬।୦୮: ଲଘୁଚାପ ଜନିତ ବର୍ଷାରେ ବେହାଲ ଭଦ୍ରକ । ଜିଲ୍ଲା ବିଭିନ୍ନ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ଅଞ୍ଚଳ ରେ ବର୍ଷା ପାଣି ପାଇଁ ଜନବସତି ଜଳାର୍ଣବ ହୋଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ଲୋକ ପାଣିଘରରେ ରହିଥିବା ଜଣାପଡିଛି । ଅନେକ ଚାଷଜମି ମଧ୍ୟ ପାଣିଘରେ ରହିଛି ।

ଲଗାଣ ବର୍ଷା ଲାଗି ବୈତରଣୀ ନଦୀରେ ଜଳସ୍ଥର ବୃଦ୍ଧି ପାଉଛି । ଆଖୁଆପଦା ଅନିକଟ ଠାରେ ବିପଦ ସଂକେତ ୧୭.୮୩ ହୋଇଥିବା ବେଳେ ଜଳସ୍ଥର ୧୭.୪୩ ରେ ପହଁଚିଛି । ଚାଷ ଜମି ଗୁଡିକ ରେ ମଧ୍ୟ ବର୍ଷା ପାଣି ଜମି ରହିଛି । ପ୍ରଶାସନ ର ରିପୋର୍ଟ ଅନୁଯାୟୀ ଜିଲ୍ଲା ରେ ୮୧୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ୭ ବ୍ଲକରେ ହାରାହାରି ୧୧୭ .୦୨ ମିଲିମିଟର ବର୍ଷା ହୋଇଛି । ଭଦ୍ରକ ବ୍ଲକ ରେ ୧୦୦.୨ , ଭଣ୍ଡାରିପୋଖରୀ ରେ ୧୩୮, ବାସୁଦେବପୁର ୧୫୮ , ବନ୍ତରେ ୧୦୬ , ଚାନ୍ଦବାଲି ୧୧୬.୬ ଧାମନଗର ୮୦ , ତିହିଡି ବ୍ଲକ ରେ ୧୨୦.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।