୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା
14/08/2018 at 10:38 AM

ଭୁବନେଶ୍ବର୧୪/୮: ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କରେ ପରିଣତ ହୋଇ ଡିପ୍ ଡିପ୍ରେସନ ଆଡକୁ ଗତି କରୁଛି । ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କନ୍ଧମାଳ, ସମ୍ବଲପୁର, ଯାଜପୁର, ଜଗତସିଂହପୁର ଆଦି ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମହାନଦୀର ତଳମୁଣ୍ଡ ଋଷିକୂଲ୍ୟା ଓ ବଂଶଧାରା ନଦୀ ପଠାରେ ଅଧିକ ବର୍ଷା ହେବ । ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର କେସିଙ୍ଗା ବ୍ଲକରେ ସର୍ବାଧିକ ୧୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
Related Posts
ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ
6 July 2022