୯ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି : ୧୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ

Published By : Prameya-News7 Bureau | July 08, 2019 IST

ଭୁବନେଶ୍ବର ୮/୭: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବଡ ଧରଣର ବର୍ଷା ନାହିଁ । କିଛି କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଞ୍ଜାବରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଯାହାଫଳରେ ବର୍ଷାର ପରିମାଣ କମିଛି।୧୫ ତାରିଖ ସୁଦ୍ଧା ସାରା ଦେଶକୁ ମୌସୁମୀ ଛୁଇଁବା ଅନୁମାନ କରାଯାଉଛି । ୯ ତାରିଖରୁ ବର୍ଷାର ପରିମାଣ ବଢିଯିବ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୯ ଓ ୧୦ରେ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଓ ୧୧ରେ ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, କଟକ ଜିଲ୍ଲାରେ ହୋଇପାରେ । ୧୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ହୀରକୁଦରେ ସର୍ବାଧିକ ୨୩.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିରେ ୨୨.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.