scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ପ୍ରବଳ ବର୍ଷା ନେଇ ଆଲର୍ଟ

21/09/2023 at 8:15 AM

Rain

ଭୁବନେଶ୍ୱର ୨୧।୦୯ : ସକ୍ରିୟ ରହିଛି ଲଘୁଚାପ । ଯାହାର ପ୍ରଭାବରେ ଗୁରୁବାର ବି ରାଜ୍ୟରେ ବର୍ଷା ହେବ । ନୂଆପଡ଼ା, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର,  ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୨ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ତେବେ ବୁଧବାର ଉତ୍ତର ଓଡ଼ିଶାର ବିଭିନ୍ନ  ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗୋପାଳପୁରରେ ୮୯ମିମି ବର୍ଷା ହୋଇଛି । ରାଉରକେଲାରେ ୫୩, ଚାନ୍ଦବାଲିରେ  ୫୨ମିମି, ଛତ୍ରପୁରରେ ୪୪.୬, ସମ୍ବଲପୁରରେ ୩୧.୩, କୋରାପୁଟରେ ୩୧.୨, ଭବାନୀପାଟଣାରେ ୧୭, ଅନୁଗୁଳରେ ୧୮ମିମି ବର୍ଷା ହୋଇଛି । 

ସେହିପରି ଗତ ୨୪ ଘଣ୍ଟାରେ  ଲଘୁଚାପ ଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । କୋରାପୁଟରେ ସର୍ବାଧିକ  ୧୭୦ମିମି, ନନ୍ଦପୁରରେ ୧୪୦, ସେମିଳିଗୁଡ଼ାରେ ୧୦୦, ଜୟପୁରରେ ୧୦୦,  କଳାହାଣ୍ଡି ନର୍ଲାରେ ୧୦୦, ଢେଙ୍କାନାଳ ଗନ୍ଦିଆରେ ୧୦୦, ଗଜପତି ନୂଆଗଡ଼ରେ  ୯୦, କେସିଙ୍ଗାରେ ୯୦, ଟିଟିଲାଗଡ଼ରେ ୯୦, କାଶୀପୁରରେ ୮୦, ବଲାଙ୍ଗୀର ବଙ୍ଗମୁଣ୍ଡାରେ ୮୦, ଲମତାପୁଟରେ ୭୦, ଥୁ .ରାମପୁରରେ ୭୦ମିମି ବର୍ଷା ହୋଇଛି ।

   Related Posts