୭ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ, ୯ରୁ ବଢିବ ବର୍ଷା

Published By : Prameya-News7 Bureau | September 03, 2024 IST

ଭୁବନେଶ୍ୱର ୦୩।୦୯ : ୭ ତାରିଖ ଆଗରୁ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ । କିଛି ସ୍ଥାନରେ କ୍ୱଚିତ୍‌ ବର୍ଷା ହୋଇପାରେ। ୫ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୫ଦିନ ସମୁଦ୍ରରେ ରହିବା ପରେ ଏହା ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ୮ ଓ ୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ। 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି। ୭ ତାରିଖରେ ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷା ସମ୍ଭାବନା ଅଛି। ୮ ଓ ୯ ତାରିଖରେ ଭାରୀ ବର୍ଷା ହେବ। ଅବପାତ ସୃଷ୍ଟି ପରେ ଏହା ଉତ୍ତର ଆଡ଼କୁ ଗତି କରିପାରେ। ୯ ବା ୧୦ ତାରିଖରେ ଉତ୍ତର ଓଡ଼ିଶା ବା ସଂଲଗ୍ନ ପଶ୍ଚିମବଙ୍ଗ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ। ୯ରୁ ୧୧ ତାରିଖ ଯାଏ ରାଜ୍ୟରେ ବର୍ଷା ବଢ଼ିବ। ପାରାଦୀପରୁ ସମ୍ବଲପୁରକୁ ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ବର୍ଷା ହେବ। କିନ୍ତୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।  

ସେହିପରି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ, ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ । ୬ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଭାରୀ ବର୍ଷା ସମ୍ଭାବନା ଅଛି । ସୋମବାର ରାଉରକେଲାରେ ୧୯.୨ମିମି ବର୍ଷା ହୋଇଛି । ଯାଜପୁରରେ ୧୨, ବଲାଙ୍ଗୀରରେ ୯ ଓ କେନ୍ଦୁଝରରେ ୭.୨ମିମି ବର୍ଷା ହୋଇଛି ।He

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.