୩୦ ତାରିଖରୁ ରାଜ୍ୟରେ ବଢିବ ବର୍ଷା, ଏବେ ବି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

Published By : Prameya-News7 Bureau | July 28, 2023 IST

ଭୁବନେଶ୍ୱର ୨୮/୦୭: ଆସନ୍ତା ୩୦ ତାରିଖରୁ ରାଜ୍ୟରେ ବର୍ଷା ବଢିବ । ଅଗଷ୍ଟ ୩ ତାରିଖ ଯାଏଁ ରାଜ୍ୟରେ କିଛି କିଛି ବର୍ଷା ରହିବ । ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ମାତ୍ର ଅଗଷ୍ଟ ୪ ତାରିଖରୁ ଗାଏବ ହୋଇଯିବ ମୌସୁମୀ । ହଜିଯିବ ବର୍ଷା । ସପ୍ତାହେ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀର ଖୋଜ ଖବର ମିଳିନପାରେ ।

ଏମିତି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଯଦି ଏଭଳି ସ୍ଥିତି ଉପୁଜେ ତେବେ ସାଂଘାତିକ ପ୍ରଭାବ ପଡିପାରେ କୃଷି ଉପରେ । ଏବେବି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଅନ୍ୟପକ୍ଷରେ ବର୍ଷା କମିଗଲେ ରାଜ୍ୟରେ ଖରା , ଗୁଳୁଗୁଳି ଏବଂ ଗରମ ପ୍ରକୋପ ବି କମିବା ଆଶଙ୍କା ରହିଛି । ମାତ୍ର ଅଗଷ୍ଟ ୪ ତାରିଖରୁ ଗାଏବ ହୋଇଯିବ ମୌସୁମୀ । ହଜିଯିବ ବର୍ଷା ।

ସପ୍ତାହେ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀର ଖୋଜ ଖବର ମିଳିନପାରେ । ଏମିତି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଯଦି ଏଭଳି ସ୍ଥିତି ଉପୁଜିବେ, ତେବେ ସାଂଘାତିକ ପ୍ରଭାବ ପଡ଼ିପାରେ କୃଷି ଉପରେ । ଅନ୍ୟପକ୍ଷରେ ବର୍ଷା କମିଗଲେ ରାଜ୍ୟରେ ଖରା, ଗୁଳୁଗୁଳି ଓ ଗରମ ପ୍ରକୋପ ବି ବଢ଼ିବା ଆଶଙ୍କା ରହିଛି । ଲଘୁଚାପ ପରେ ଲଘୁଚାପ ଆସୁଛି, ତଥାପି ବିସ୍ତୃତ ଞ୍ଚଳରେ ବଡ଼ ବର୍ଷା ନାହିଁ ।

ଏବେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା, ତାହା ବିଶେଷ ବର୍ଷା ଦେଲାନି । ଏହି ଲଘୁଚାପ ବର୍ତ୍ତମାନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପରେ ରହିଛି । ଆସନ୍ତା ଦୁଇଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଯେଉଁଠି ରହିବା କଥା, ତା’ଠାରୁ ଯଥେଷ୍ଟ ଦକ୍ଷିଣରେ ରହିଛି ।

you can also read..

wp:embed {"url":"https://www.prameyanews7.com/another-low-pressure-is-coming-in-30-heavy-rain-from-1/","type":"wp-embed","providerNameSlug":"prameya-news-7"}
https://www.prameyanews7.com/another-low-pressure-is-coming-in-30-heavy-rain-from-1/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.