ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସପ୍ତମୀରେ ଭିଜିବ ଉପକୂଳ ଓଡ଼ିଶା, ଦଶହରାରେ ଦାଉ ସାଧିବ ଘୁର୍ଣ୍ଣିବଳୟ

29/09/2022 at 5:27 PM

ଭୁବନେଶ୍ୱର, ୨୯/୦୯: ଭୁବନେଶ୍ଵର: ମହାମାରୀ କରୋନା ଯୋଗୁଁ ଦୁଇ ବର୍ଷ ଫିକା ପଡିଥିଲା ପାର୍ବଣ ଋତୁ। ପୂଜା ମଣ୍ଡପ ଗୁଡିକରେ କେବଳ ନୀତିକାନ୍ତି ପାଳନ ହୋଇଥିଲା। କରୋନା ପ୍ରଭାବ କମିବା ପରେ ଚଳିତ ବର୍ଷ ଦୁର୍ଗା ପୂଜା ଧୂମଧାମରେ ପାଳନ ପାଇଁ ସମସ୍ତ ପୂଜାମଣ୍ଡପ ଗୁଡିକରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦୁର୍ଗାପୂଜାର ମଜା ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ହେଲେ ପୂଜାରେ ଦାଉ ସାଧିବାକୁ ଯାଉଛି ବର୍ଷା। ଲଘୁଚାପଜନିତ ବର୍ଷା ପୂଜାର ମାହୋଲକୁ ଫିକା କରିବାର ସମ୍ଭାବନା ରହିଛି।

ପଶ୍ଚିମ କେନ୍ଦ୍ରୀୟ ତଥା ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି । ୧ ତାରିଖରୁ ବର୍ଷାର ପରିମାଣ ବଢିବା ସହ ୨ ଅକ୍ଟୋବର ମହାସପ୍ତମୀରୁ ସମସ୍ତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଉପକୂଳର ସମସ୍ତ ୧୧ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କେନ୍ଦୁଝର, ମୟୁରଭଞ୍ଜ ସହ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରେ ୩ ଅକ୍ଟୋବର ମହାଷ୍ଟମୀରେ ବର୍ଷାର ପରିମାଣ ବଢିବା ସହ ସାରା ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏଥିପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

   Related Posts