ଟ୍ବିନ୍ ସିଟିରେ ଆଲର୍ଟ, ୧୨ଟା ୩୦ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

Published By : Prameya-News7 Bureau | October 13, 2020 IST

ଭୁବନେଶ୍ୱର ୧୩।୧୦: ଡିପ୍ ଡିପ୍ରେସନ ପ୍ରଭାବରେ ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରାଯାଇଛି। ଟ୍ବିନ୍ ସିଟିରେ ଆଜି ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

{"id":343464,"sizeSlug":"large"}

ଏପରିକି ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେବନାହିଁ, ଟ୍ରାଫିକ ସମସ୍ୟା ଉପୁଜିପାରେ । ରାସ୍ତା ଖସଡ଼ା ହୋଇଯିବାର ଆଶଙ୍କା ରହିଛି। ଏଥିଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହେବ। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିକୁ ପରାମର୍ଶ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରୂଚନା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.