ଲଘୁଚାପ ଘନୀଭୂତ ; ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Published By : Prameya-News7 Bureau | August 27, 2018 IST

ଭୁବନେଶ୍ବର ୨୭|୮: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଜି ୧୧ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେଗୁଡିକ ହେଲା ବରଗଡ, ସୁନ୍ଦରଗଡ, ସମ୍ବଲପୁର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ । ଏହି ସବୁ ଜିଲ୍ଲାରେ ଅପରାହ୍ନ ୪ଟା ୩୦ ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ସନ୍ଧ୍ୟା ପରେ ଧିରେ ଧିରେ ବର୍ଷା କମିବ । ୩୦ ତାରିଖ ବେଳକୁ ଉତ୍ତର ଓଡିଶାରେ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ପ୍ରବଳ ବର୍ଷା ହେବ । ୩ ଦିନ ଯାଏ ସାରା ଓଡିଶାରେ ପ୍ରବଳ ବର୍ଷା ଢାଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.