ଓଡ଼ିଶା ଆସୁଛନ୍ତି ମହାମହିମ, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା

Published By : Prameya-News7 Bureau | February 26, 2024 IST

ଭୁବନେଶ୍ୱର ୨୬/୦୨: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା । ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ । ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର । ୩ ଟି କ୍ୱିକ ରେସ୍ପନ୍ସ ଟିମ, ୨ ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ ।

୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ନିୟୋଜିତ ହେବେ । ବ୍ଲୁ ବୁକ ଗାଇଡ଼ଲାଇନ ମୁତାବକ ପୁରା ସହର ହେବ ପୋଲିସ ଛାଉଣୀ । ସଭାସ୍ଥଳରେ ପ୍ରୋଟକଲ ମୁତାବକ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରହିବ । ୨୮ ରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ।

wp:html /wp:html

ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବେ । କାରକେଡ଼ ଯିବାବେଳେ ସାଧାରଣ ଲୋକଙ୍କ ଟ୍ରାଫିକ ସମସ୍ୟା ନହେବାକୁ ଧ୍ୟାନ ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ସେପଟେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ବି କହିଛନ୍ତି ସମାନ କଥା । କଟକ ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ୨୯ ତାରିଖ ଭୁବନେଶ୍ୱର ଉତ୍କଳ ୟୁନିଭରସିଟିରେ କାର୍ଯ୍ୟକ୍ରମ । ଭୁବନେଶ୍ୱର ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ, ମୁତୟନ ହେବେ । ଜଣେ ଡିସିପିଙ୍କ ସହ ୧୦ଜଣ ଅତିରିକ୍ତ ଡିସିପି, ୨୦ଜଣ ଏସିପି, ୩୮ ଜଣ ଏନ୍ସପେକ୍ଟର, ୧୬୦ ଜଣ SI /ASI, ୨ ୟୁନିଟ STU ମୁତୟନ ହେବେ । ସେହିପରି କଟକରେ ୧ ତାରିଖରେ କାର୍ଯ୍ୟକ୍ରମ ରହିଛି ।

ସେଥିପାଇଁ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ । କଟକ ଡିସିପି ଙ୍କ ନେତୃତ୍ୱରେ ୪ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୨୯ ଜଣ iic ସୁରକ୍ଷା ଦାୟିତ୍ୱରେ ରହିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ଲୁ-ବୁକ ଅନୁସାରେ ଗ୍ରହଣ କରାଯାଇଛି । ୨୯ ତାରିଖ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ, ପରେ ରାଜଭବନକୁ ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ଯିବେ । ରାତିରେ ରାଜଭବନରେ ରହିବେ । ପରେ ୧ ତାରିଖରେ ବ୍ରହ୍ମପୁର ଯିବେ । ସେଠୁ ଭୁବନେଶ୍ୱର ଆସି ବାୟ ରୋଡ଼ କଟକ ଯିବାର କାର୍ଯ୍ୟକ୍ରମ ରହିଛି । ଏହାସହ ରାଷ୍ଟ୍ରପତି ରାସ୍ତାରେ ଯିବା ଆସିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ।

you can also read...

wp:embed {"url":"https://www.prameyanews7.com/president-to-grace-golden-jubilee-of-prajapita-brahma-kumaris-ishwariya-vidyalaya-in-cuttack/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-to-grace-golden-jubilee-of-prajapita-brahma-kumaris-ishwariya-vidyalaya-in-cuttack/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.