୨ ଦିନ ହେଲା ପୁରୀରେ ପ୍ରବଳ ଲଘୁଚାପ ବର୍ଷା; ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ
13/09/2022 at 4:20 PM

ପୁରୀ ୧୩/୦୯: ଲଘୁଚାପ ପାଇଁ ପୁରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ସହରର ମୁଖ୍ୟ ପ୍ରବେଶପଥ ମେଡ଼ିକାଲ ଛକ, ବଡ଼ଦାଣ୍ଡ, ସହର ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଛି। ଲଘୁଚାପ ବର୍ଷା ଯୋଗୁଁ ପର୍ଯ୍ୟଟକ, ସହରବାସୀ ବ୍ୟସ୍ତବିବ୍ରତ ହୋଇ ପଡ଼ିଛନ୍ତି। ଗତ ୨ ଦିନ ହେବ ତୁହାକୁ ତୁହା ପ୍ରବଳ ପ୍ରବଳ ବର୍ଷା ହେଉଥିବାରୁ ବଡ଼ଦାଣ୍ଡ, ହସ୍ପିଟାଲ ଛକରୁ ମାର୍କେଟ ଛକ, ଭିଆଇପି ରୋଡ, ସୁଜାତା ନଗର, ମୁକୁନ୍ଦ ମିଶ୍ର ନଗର, ନୀଳଚକ୍ର ନଗର, ସିଦ୍ଧମହାବୀର, ଦତ୍ତତୋଟା ଅଞ୍ଚଳରେ ବର୍ଷା ପାଣି ଜମି ରହିଛି।
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023