ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

୧୦ ତାରିଖ ଯାଏଁ ରାଜ୍ୟକୁ ଘେରିବ ଘନ କୁହୁଡି, ଗାଡି ଚଳାଚଳ ବେଳେ ସତର୍କ ରହିବାକୁ ପରାମର୍ଶ

8/12/2020 at 8:12 AM

ଭୁବନେଶ୍ୱର,୦୮/୧୨: ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି । ୧୦ଟି ଜିଲ୍ଲା ଘନ କୁହୁଡ଼ିରେ ଆଚ୍ଛାଦିତ ହେବ  । ମଙ୍ଗଳବାର ଭୋର ଓ ସକାଳେ ବରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେଉଛି । ଏପରିକି ୫୦ ମିଟର ଦୂରତା ମଧ୍ୟ ଠିକ୍‌ ଭାବେ ଦୃଶ୍ୟମାନ ହେଉନଥିଲା ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାର ଜିଲ୍ଲାପାଳ ସମେତ ପରିବହନ କମିଶନର ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ସତର୍କ ରହିବା ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘନ କୁହୁଡ଼ି ବେଳେ ବିଭିନ୍ନ ରାଜପଥରେ  ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ  ମଧ୍ୟ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗର ସୂଚନାନୁସାରେ , ମଙ୍ଗଳବାର ସକାଳେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହୋଇପାରେ । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି ।

   Related Posts