ଭୁବନେଶ୍ବର ୧।୯: ସାରା ଦେଶରେ ଲାଗୁ ହେଲା ଏକକ ଟ୍ରାଫିକ ବ୍ୟବସ୍ଥା। ନୂଆ ମୋଟର ଯାନ ଆଇନ-୨୦୧୯ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ୧୦ ଗୁଣ ଅର୍ଥ ଫାଇନ୍ ଦେବାକୁ ପଡ଼ିବ। ମଦ୍ୟପ ଚାଳକଙ୍କ ଠାରୁ ସ୍ପିଡ୍ ବାଇକର ନିୟମ ଉଲ୍ଲଂଘନ କଲେ ୧୦୦୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଲାଗିବ।
{"id":151869}
ତେବେ ନୂଆ ନିୟମକୁ ସ୍ବାଗତ କରିଛନ୍ତି ରାଜଧାନୀବାସୀ । ସେପଟେ ଏହାକୁ ନେଇ ରାଜନୀତି ଜୋର ଧରିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ଏହି ନିୟମ ପାଳନ କରିବାକୁ ।
{"id":151870}
ଟ୍ରାଫିକ୍ ନିୟମ ଉଲଂଘନ କରି ଗାଡି ଚଲାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ । କାରଣ ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । ୧୦୦ କି ୫୦୦ ନୁହେଁ ୧୦ ଗୁଣ ଅର୍ଥ ଦେବାକୁ ପଡ଼ିବ। ସଂଶେ।ଧିତ ମୋଟର ଭେହିକିଲ ନିୟମ ଅନୁସାରେ ରବିବାର ଠାରୁ ସାରା ଦେଶରେ ଲାଗୁ ହୋଇଛି ଏକକ ନିୟମ।
{"id":151871}
ରାଜ୍ୟରେ ବିପର୍ଯ୍ୟସ୍ଥ ହୋଇପଡିଛି ଟ୍ରାଫିକ ବ୍ୟବସ୍ଥା। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବି ଢେର ବଢିଛି। ଜାତୀୟ ହାର ଠାରୁ ରାଜ୍ୟରେ ହାର ଯଥେଷ୍ଟ ଅଧିକ ରହିଛି । ଏସବୁ ଦୃଷ୍ଟିରେ ରଖି କୌଣସି ପରିସ୍ଥିତିରେ ଆଇନ ଉଲ୍ଲଂଘନକାରୀଙ୍କୁ ବରଦାସ୍ତ ନକରିବାକୁ ନିଷ୍ପତ୍ତି ହୋଇଛି। ରବିବାର ରାଜଧାନୀର ବିଭିନ୍ନ ଛକରେ କଡା ଚେକିଂ କରାଯିବା ସହ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ଆଦାୟ ହୋଇଛି।
{"id":151872}
ଏବେ ନଜର ପକାଇବା କେଉଁ ଭୁଲ କଲେ କେତେ ଜରିମାନା ଲାଗିବ । ମଦ୍ୟପାନ କରି ଗାଡି ଚଲାଇଲେ ୧୦ହଜାର ଟଙ୍କା, ଆମ୍ବୁଲାନ୍ସକୁ ବାଟ ନଛାଡିଲେ ୧୦ହଜାର ଟଙ୍କା , ସିଟବେଲ୍ଟ ନ ବାନ୍ଧିଲେ ୫ହଜାର ଟଙ୍କା, ମୋବାଇଲରେ କଥା ହେଲେ ୫ ହଜାର ଟଙ୍କା , ଓଭରଟେକ କଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ।
{"id":151873}
ସେହିଭଳି ହେଲମେଟ୍ ନପିନ୍ଧିଲେ ୧ ହଜାର, ବାଇକରେ ୨ଜଣରୁ ଅଧିକ ଗଲେ ୧ ହଜାର, ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ହଜାର ଟଙ୍କା ଗଣିବାକୁ ପଡିବ। ଏଥି ସହ ଶବ୍ଦ ଓ ବାୟୁ ପ୍ରଦୂଷଣ କଲେ ଏବଂ ପରିମିଟ୍ ନଥାଇ ଗାଡି ଚଳାଇଲେ ୧୦ ହଜାର ଜରିମାନା ଦେବେ ଉଲଂଘନକାରୀ। ସବୁଠୁ ବଡ କଥା ହେଲା ୧୮ ବର୍ଷରୁ କମ୍ ପୁଅ କି ଝିଅ ଗାଡି ଚଲାଇଲେ ସେମାନଙ୍କ ଅଭିଭାବକ ୨୫ ହଜାର ଟଙ୍କା ଫାଇନ୍ ଦେବେ।
{"id":151874}
ନୂଆ ନିୟମକୁ କଟକରେ କଡ଼ାକଡ଼ି ପାଳନ ହୋଇଥିଲେ ମଧ୍ୟ କଟକ ସହର ଭୌଗଳିକ ସ୍ଥିତିକୁ ନେଇ ଏହି ଆଇନ ପ୍ରଚଳନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ସାହି ବସ୍ତିର ସହରରେ ଏହି ନିୟମ ଉଚିତ୍ ନୁହେଁ । ପ୍ରଥମେ ସହରର ଭିତ୍ତିଭୂମି ସଜାଡିବା ପରେ ଏହି ନିୟମ କାର୍ଯ୍ୟକାରୀ ହେଲେ ଏହା ସଫଳ ହୋଇ ପାରିବ ବୋଲି କଟକ ବାସିନ୍ଦା କହିଛନ୍ତି।
{"id":151875}
ସଡ଼କ ଦୁର୍ଘଟଣା କମାଇବା ପାଇଁ ଗୋଟିଏ ପଟେ ନୂଆ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଏହାକୁ ନେଇ କିନ୍ତୁ ରାଜନୀତି ଜୋର୍ ଧରିଛି ।କଂଗ୍ରେସ ଶାସିତ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ନିୟମକୁ ନିଜ ରାଜ୍ୟରେ ଲାଗୁ କରିବାକୁ ମନା କରିଦେଇଛନ୍ତି ।
{"id":151876}
ସେହିପରି ଦିଦିଙ୍କ ପଶ୍ଚିମବଙ୍ଗରେ ମଧ୍ୟ ନୂଆ ସଡ଼କ ସୁରକ୍ଷା ଆଇନ ଲାଗୁ ହେବ ନାହିଁ ।ରାଜସ୍ଥାନ ସରକାର ଜୋରିମାନା ଅର୍ଥରାଶି କମାଇବା ପାଇଁ ଦାବି କରିଛନ୍ତି ।
{"id":151877}