suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ୍ୟାପ୍ଟେନସିପ୍ ଚାଲିଗଲା ପରେ ନିଜ ଉପରେ କଣ୍ଟ୍ରୋଲ ରଖି ପାରିଲେନି ସରଫରାଜ, ପଡିଆରେ ରାଗ ସୁଝାଇ ଅମ୍ପାୟାରଙ୍କୁ ଗାଳି ଦେଲେ, ତାପରେ…

8/11/2020 at 5:51 PM

ଲାହୋର, ୧୧|୦୮: ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ପୁଣି ଥରେ ବିବାଦରେ ଫସିଛନ୍ତି ।ସରଫରାଜ କ୍ୱେଡ୍-ଏ-ଆଜମ ଟ୍ରଫିର ଏକ ମ୍ୟାଚରେ ଅମ୍ପାୟାରଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି । ଏହାପରେ ସରଫରାଜଙ୍କ ବିରୋଧରେ ପାକିସ୍ତାନ କ୍ରିକେଟ୍ ବୋର୍ଡ କାର୍ଯ୍ୟାନୁଷ୍ଠାନ ନେଇଛି ।

ସିନ୍ଧ ଫାଷ୍ଟ୍ ଇଲେଭେନ୍ ତରଫରୁ ଖେଳୁଥିବା ସରଫରାଜ ଶନିବାର ୟୁବିଏଲ କମ୍ପ୍ଲେୃକ୍ସରେ ମାର୍ଥନ ବିରୋଧରେ ଖେଳାଯାଇଥିବା ଏକ ମ୍ୟାଚରେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ଅମ୍ପାୟାର ଦେଇଥିବା ଏକ ନିଷ୍ପତ୍ତିକୁ ସେ ଯୁକ୍ତି କରିବା ସହ ଅପଶବ୍ଦ ପ୍ରୟୋଗ କରିଥିଲେ । ତେଣୁ ତାଙ୍କ ବିରୋଧରେ ଆକ୍ସନ ନେଇଛି ପିସିବି । ଏଥିପାଇଁ ସରଫରାଜଙ୍କ ଉପରେ ମ୍ୟାଚ୍ ଫିର ୩୫ ପ୍ରତିଶତ ଜରିମାନା ଲାଗିଛି ।

ସଫରାଜ ନିଜ ଭୁଲ ସ୍ୱୀକାର କରିଛନ୍ତି । ଏହି ୩୩ ବର୍ଷୀୟ କ୍ରିକେଟର ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ଶେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଥିଲେ ।ପୂର୍ବରୁ ସେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ମଧ୍ୟ ଥିଲେ ।

   Related Posts