ଜନ୍ମ ମାଟିରେ ଅବସର ପ୍ରାପ୍ତ ଯବାନଙ୍କୁ ବିପୁଳ ସମ୍ୱର୍ଦ୍ଧନା

Published By : Prameya-News7 Bureau | November 03, 2022 IST

ପାଟଣା ୦୩/୧୧: କେନ୍ଦୁଝର ଜିଲ୍ଲା ବରିଆ ଥାନା  ଜଜପଶି ଗାଁର ବୀର ଜବାନ ହାବିଲଦାର ଏସିପି ନାଏବ ସୁବେଦାର ସୁରେଶ ଚନ୍ଦ୍ର ନାଏକ ଚାକରିରୁ ଅବସର ନେଇ ଗାଁ ରେ ପହଞ୍ଚିବା ପରେ ଗାଁ ଲୋକ ଓ ଅବସରପ୍ରାପ୍ତ ଶିକ୍ଷକ ଏବଂ ସ୍ଥାନୀୟ ଯୁବକମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଷଡ଼ଙ୍ଗୀରେ ଥିବା ଏମକେ ଗାନ୍ଧୀ ମହାବିଦ୍ୟାଳୟରେ+୨ ପଢ଼ିବା ବେଳେ ୧୯୯୮ କାର୍ଗିଲ ଯୁଦ୍ଧରେ ବିହାର ରେଜିମେଣ୍ଟରେ ସିପାହୀ ଭାବେ ସେ ରାଜସ୍ଥାନରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ ସୁରେଶ।

ପରେ ଜାମ୍ମୁ କାଶ୍ମୀର, ବିହାର, ଆସାମ, ସିୟାଚେନ୍ ଗ୍ଲେସିୟର, ଉତ୍ତର ପ୍ରଦେଶର ରାଣୀକ୍ଷେତ୍, ଦିଲ୍ଲୀ, ଭୋପାଳ ଇତ୍ୟାଦି ଜାଗାରେ ସେନାରେ ସେବା ଦେଇ ହାବିଲଦାର ପଦୋନ୍ନତି ପାଇଥିଲେ। ଜାମ୍ମୁ କାଶ୍ମୀରରୁ ଏସିପି ନାଏକ ସୁବେଦାର ଭାବେ ୩୧ ଅକ୍ଟୋବର ୨୦୨୨ରେ ଅବସର ନେଇଛନ୍ତି। ଅବସର ପରେ ସେ ଗାଁ ରେ ପହଞ୍ଚିବା ପରେ ଜଜପଶିରେ ଥିବା ବଳାଛକରେ ତାଙ୍କୁ ଗାଁର ୧୦୦ରୁ ଅଧିକ ମହିଳାମାନେ ବନ୍ଦାପନା କରି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ତେବେ ଏସିପି ନାଏବ ସୁବେଦାର ସୁରେଶ ଚନ୍ଦ୍ର ନାଏକ ଗାଁରେ ଶୋଭାଯାତ୍ରା ବେଳେ  ଆଗାମୀ ଦିନରେ ଯୁବପିଢ଼ି ସୈନ୍ୟ ବାହିନୀରେ ଯୋଗଦେଇ ଦେଶ ପାଇଁ ସେବା କରିବାକୁ ସୁରେଶ ଉପସ୍ଥିତ ଥିବା ଜନ ସାଧାରଣଙ୍କୁ  କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.