ବାଇଶି ପାହାଚରେ ଠେଲାପେଲା, ୭ ଜଣ ଛାତ୍ରୀ ଅସୁସ୍ଥ
26/12/2022 at 10:06 PM

ପୁରୀ: ବଡଦିନ ଏବଂ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଆଗମନ ବଢିବାରେ ଲାଗିଛି।ପୁରୀ ଶ୍ରୀମନ୍ଦିରରେ ସଂପ୍ରତି ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ସୋମବାର ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ଅତ୍ୟଧିକ ଭିଡ କାରଣରୁ ବାଇଶି ପାହାଚରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଫଳରେ ସାତ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ମୟୂରଭଞ୍ଜ ଜିଲ୍ଲାର ହୃଦାନନ୍ଦ ହାଇସ୍କୁଲରୁ ଆସିଥିବା ଛାତ୍ରୀଙ୍କ ମଧ୍ୟରୁ ୭ଜଣ ଅଚେତ ହୋଇପଡିଲେ। ଅଚେତ ଅବସ୍ଥାରେ ସମସ୍ତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023