କୋଣାର୍କ25/02: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଭିଡ । ଟିକେଟ୍ ନମିଳିବାରୁ ଉତ୍ତ୍ୟକ୍ତ ହେଲେ ପର୍ଯ୍ୟଟକ । ସ୍କାନିଙ୍ଗ୍ ଗେଟ୍ ଭାଙ୍ଗି ମନ୍ଦିର ଭିତରେ ପଶିଲେ ହଜାର ହଜାର ପର୍ଯ୍ୟଟକ l ଟିକେଟ କଳାବଜାରୀକୁ ବିରୋଧ କରି ଜୋରଜବରଦସ୍ତ ଗେଟି ଭାଙ୍ଗି ପର୍ଯ୍ୟଟକମାନେ ମନ୍ଦିରକୁ ପ୍ରବେଶ କରିଥିଲେ ।
{"id":913613,"sizeSlug":"full","linkDestination":"none"}
ସ୍ଥାନୀୟ ଟିକେଟ ଦଲାଲ୍ ଓ କେତେକ ମନ୍ଦିର କର୍ମଚାରୀମାନେ ଦୈନିକ ୧୦ଜଣଙ୍କ ଟିକେଟ କରି ୫୦ରୁ ଅଧିକ ଲୋକଙ୍କୁ ପ୍ରବେଶ କରାଉଥିବା ଅଭିଯୋଗ ହୋଇଛି । ଆଜି ପର୍ଯ୍ୟଟକମାନେ ଟିକେଟ ପାଇଁ ଲମ୍ବା ଲାଇନରେ ଠିଆ ହେବା ସହ ଟିକେଟ ପାଇଁ ହୋ ହାଲ୍ଲା ହୋଇଥିଲା । ମନ୍ଦିର ପ୍ରବେଶ ଦ୍ୱାର ପାଖ ଗେଟ୍ ଭାଙ୍ଗି ମନ୍ଦିରକୁ ପ୍ରଵେଶ କରିଥିଲେ ପର୍ଯ୍ୟଟକ l ପ୍ରତ୍ନତତ୍ୱ ବିଭାଗର ଖାମ ଖିଆଲ ନୀତି ଓ ଟିକେଟ କଳା ବଜାରୀ ପାଇଁ ଅନେକ ସମୟରେ କୋଣାର୍କ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି l