oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ରାଜ୍ୟରେ ହାଡଥରା ଶୀତ, ଆହୁରି ଖସିବ ପାରଦ, ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

21/12/2020 at 8:03 AM

ଭୁବନେଶ୍ୱର,୨୧/୧୨:  ଅଚାନକ ଖସିଲା ପାରଦ । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ରାଜ୍ୟ । । ବାଲେଶ୍ୱରରୁ ବ୍ରହ୍ମପୁର, ରାଜଧାନୀରୁ ରାଉରକେଲା ସବୁଠି ହାଡ଼ ଭଙ୍ଗା ଶୀତ । ଥଣ୍ଡା ପବନ ବାଜିଲା ବେଳକୁ ଦେହ ଶିହରି  ହେଇଯାଉଛି । ୩ ଦିନ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ୫ଟି ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ ଓ ବରଗଡ଼କୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି । ସେହିପରି ବୌଦ୍ଧ, ସୋନପୁର, କଳାହାଣ୍ଡି, କଟକ ଆଦି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜରିକରାଯାଇଛି । ରାତିରେ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଥିବା ବେଳେ, ବାଇକ୍ କିମ୍ଵା ଖୋଲା ଗାଡ଼ିରେ ଯିବାକୁ ବାରଣ କରାଯାଇଛି ।

ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଛି । ଫଳରେ ପାରଦ ତଳମୁହାଁ ହୋଇଛି ଏବଂ ରାତି ତାପମାତ୍ରା କମିବାରେ ଲାଗିଛି । ସେପଟେ ୨୨ ତାରିଖ ପାଇଁ ୨୧ ଜିଲ୍ଲା ଓ ୨୩ରେ ୧୦ ଜିଲ୍ଲାକୁ ଆର୍ଲଟ ଜାରି କିରିଛି ପାଣିପାଗ କେନ୍ଦ୍ର । ଏପରିକି ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରୀ କମିବ । ତେବେ ୨୪ରୁ ପାଗରେ ପରିବର୍ତ୍ତନ ଆସିବା ସହିତ ଶୀତ କମିବା ନେଇ ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାସହରା ଲୋକମାନଙ୍କ ପାଇଁ ରାତି ସମୟରେ ଆଶ୍ରୟସ୍ଥଳୀ, ସ୍କୁଲ ଘର ଓ ବିଭିନ୍ନ କମ୍ୟୁନିଟି ସେଣ୍ଟର୍‌ ଖୋଲା ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ କେତେ କେନ୍ଦ୍ର ଖୋଲାଯାଇଛି, କେତେ ସଂଖ୍ୟକ ଲୋକ ରାତିରେ ବିଶ୍ରାମ ନେଇଛନ୍ତି ନେଇ ପ୍ରତିଦିନ ରିପୋର୍ଟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକମାନେ ନିଜେ ସଚେତନ ହେବା ସହିତ ଗୃହପାଳିତ ଜୀବଜନ୍ତୁଗୁଡିକୁ ନିରାପଦ ରଖିବା ପାଇଁ ସଚେତନ କରିବାକୁ ରବିବାର ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି ।

ରବିବାର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ସେହିପରି ଫୁଲବାଣୀ ସହରର ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା । ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରୀ ସେଲସିୟସ୍‌, ବାରିପଦାରେ ୮.୫ ଡିଗ୍ରୀ ସେଲସିୟସ୍‌, ଅନୁଗୁଳରେ ୮.୬ ଡିଗ୍ରୀ ସେଲସିୟସ୍‌, ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ସେଲସିୟସ୍‌, ଭବାନୀପାଟଣାରେ ୯.୨ ଡିଗ୍ରୀ ସେଲସିୟସ୍‌, ବଲାଙ୍ଗୀରରେ ୯.୪ ଡିଗ୍ରୀ ସେଲସିୟସ୍‌ ଓ କେନ୍ଦୁଝରରେ ୯.୫ ଡିଗ୍ରୀ ସେଲସିୟସ୍‌ ସର୍ବନିମ୍ନ ତାପମାତ୍ରା ରହିଥିଲା ।

   Related Posts