scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଲକ୍ୟାରା ସୁଡ଼ଙ୍ଗରୁ ଶ୍ରମିକଙ୍କ ଉଦ୍ଧାର ପାଇଁ ନିଆଗଲା ବାୟୁସେନା ସହାୟତା, ହର୍କ୍ୟୁଲସ ବିମାନରେ ପହଞ୍ଚିଲା ଅଗର ମେସିନ

15/11/2023 at 8:23 PM

ଉତ୍ତରକାସୀ ୧୫।୧୧: ଯମୁନେତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ସିଲକ୍ୟାରା ସୁ଼ଡ଼ଙ୍ଗ ଭୂଷୁଡି ପଡିବା ଯୋଗୁ ଗତ ୮୦ ଘଣ୍ଟାରୁ ଅଧିକ କାଳ ହେଲା ୪୦ ଜଣ ଶ୍ରମିକ ଫଶି ରହିଛନ୍ତି। ସେମାନଙ୍କ ଉଦ୍ଧର ନିମନ୍ତେ ଜାରି ଉଦ୍ୟମରେ ଭୂ-ସ୍ଖଳନ ଓ ଅନ୍ୟ ବୈଷୟିକ କାରଣରୁ ସୃଷ୍ଟି ହୋଇଥିବା ବାଧା ଦୂର କରିବା ପାଇଁ ବୁଧବାର ନୂଆଦିଲ୍ଲୀରୁ ବାୟୁସେନା ବିମାନ ଜରିଆରେ ଏକ ଭାରି ଅଗର ମେସିନକୁ ଚିନ୍ୟାଲୀସୌଡ ପହଞ୍ଚା ଯାଇଛି।

ସୁଡ଼ଙ୍ଗରେ ମଙ୍ଗଳବାର ରାତିରେ ହୋଇଥିବା ତାଜା ଭୂସ୍ଖଳନ ଯୋଗୁ ବଡ଼ ବ୍ୟାସର ମାଇଲ୍ଡ ଷ୍ଟିଲ ପାଇପ୍ ଦେଇ ‘ଇସ୍କେପ୍ ଟନେଲ’ ନିର୍ମାଣ ପାଇଁ ଚାଲିଥିବା କାମକୁ ରୋକି ଦିଆଯାଇଛି। ଏହା ପରେ ଡ୍ରିଲିଂ ମେସିନ ପାଇଁ ସ୍ଥାପନା କରାଯାଇଥିବା ଅଗର ମେସିନ ମଧ୍ୟ ଖରାପ ହୋଇଯାଇଥିଲା। ଏଣୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଉତ୍ତରକାସୀ ପୋଲିସ ଅଧିକ୍ଷକ ଅର୍ପଣ ଯଦୁବଂଶୀ ଭାରି ଅଗର ଡ୍ରିଲିଂ ମେସିନକୁ ଦୁଇଟି ଭାଗରେ ଭାରତୀୟ ବାୟୁସେନା ବିମାନ ଦ୍ୱାରା ଉତ୍ତରକାସୀ ପହଞ୍ଚା ଯାଇଥିବା କହିଛନ୍ତି।

ତେବେ ଟନେଲ ତଳେ ଫଶି ରହିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ ଅଧିକ୍ଷକ କହିଛନ୍ତି। ତେବେ ଟନେଲ ତଳେ ଫଶି ରହିଥିବା ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ଆଉ କେତେ ସମୟ ଲାଗିବ ତାହା କେହି ସଠିକ କହିପାରୁ ନାହାନ୍ତି। ଏଥିରେ ନ୍ୟାସନାଲ ହାଇୱେ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (ଏନଏଚଆଇଡିସିଏଲ) ନିର୍ଦ୍ଦେଶକ ଅଂଶୁ ମନିଷ ଖାଲଖୋ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ ଆସିଥିବା ଅଗର ମେସିନ ଖରାପ ହୋଇଯାଇଥିବା ମେସିନର ସ୍ଥାନ ନେବ।

ଏହି ମେସିନର ଭେଦ କରିବାର କ୍ଷମତା ବହୁତ ଅଧିକ ଓ ଏହି ମେସିନ ଦ୍ୱାରା ଘଣ୍ଟାକରେ ୪ରୁ ୫ ମିଟର ତଳକୁ ଭେଦି ହେବ। ଏହି ମେସିନ ଦ୍ୱାରା ୧୦ ଘଣ୍ଟାରେ ୫୦ ମିଟର ଭେଦି ଦେଇ ହେବ ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ। ତେବେ ଟନେଲ ତଳେ ଫଶି ରହିଥିବା ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ଉଦ୍ଧାରକାରୀଙ୍କ ସହ ସେମାନଙ୍କର ଲଗାତାର ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। ସୁଡଙ୍ଗ ତଳକୁ ଶ୍ରମିକଙ୍କ ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ, ପାଣି, ସୁଖିଲା ଖାଦ୍ୟ ସମେତ ବିଦ୍ୟୁତ ଏବଂ ଔଷଧ ଆଦି ପହଞ୍ଚା ଯାଉଛି।

ସୁଡଙ୍ଗ ଭିତରେ କେମିତି ଅଛି ଜୀବନ ? ଟନେଲ ଡିପିଆର୍ ରିପୋର୍ଟକୁ ନେଇ ଉଠିଲା ପ୍ରଶ୍ନ

   Related Posts