Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ୧୧ତାରିଖ ଯାଏଁ ତାତିରୁ ମିଳୁନି ତ୍ରାହି, ଗରମ ଓ ଗୁଳୁମୁଳିରେ ଛଟପଟ ସାରା ରାଜ୍ୟ

2/06/2023 at 12:59 PM

ଭୁବନେଶ୍ୱର ୦୨/୦୬: ଜଳୁଛି ସାରା ରାଜ୍ୟ । ଅସହ୍ୟ ଗରମ, ଗୁଳୁମୁଳିରେ ଛଟପଟ ସାରା ରାଜ୍ୟ । ଦିନ ସାଢେ ୧୧ ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡାରେ ତାତି ୪୦.୬ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୯.୬ ଡ଼ିଗ୍ରୀ, ହୀରାକୁଦରେ ୩୯.୬ ଡ଼ିଗ୍ରୀ , ଚାନ୍ଦବାଲିରେ ୩୮.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ତାତି ଆହୁରି ବଢିବ ।

ଆଭ୍ୟନ୍ତରୀଣ ଓଡିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ । ଆସନ୍ତା ୬ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢିବ । ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୩ ରହିବ, ପଶ୍ଚିମ ଓଡିଶାରେ ପାରଦ ୪୬ ଡିଗ୍ରୀ ଛୁଇଁପାରେ । ୭ରୁ ୧୦ ତାରିଖ ଉପକୂଳରେ ମଧ୍ୟ ଗରମ ପ୍ରବଳ ଅନୁଭବ ହେବ । ଉପକୂଳରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ । ୧୧ ତାରିଖରେ ଉତ୍ତର ଓଡ଼ିଶାରେ ହିଟୱେଭ ସ୍ଥିତି ହୋଇପାରେ ।

   Related Posts