Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଲବଲ କରୁଛି ତାତି, ୪୧ ଡ଼ିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ସମ୍ଵଲପୁର

7/06/2023 at 1:36 PM

ଭୁବନେଶ୍ୱର ୦୭/୦୬: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି ସହ ଗୁଳୁଗୁଳି । ସାଢେ ୧୧ଟାରୁ ଜଳିଲାଣି ସାରା ରାଜ୍ୟ । ୪୧ ଡ଼ିଗ୍ରୀ ସହ ସମ୍ଵଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ସେହିପରି ଝାରସୁଗୁଡାରେ ୪୦.୬ ଡ଼ିଗ୍ରୀ, ହୀରାକୁଦରେ ୩୯.୮ ଡିଗ୍ରୀ, ଭୁବନେଶ୍ୱରରେ ୩୯ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ଗୋପାଳପୁରରେ ୩୬.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୪ ଡ଼ିଗ୍ରୀ, ପୁରୀରେ ୩୫.୮ ଡ଼ିଗ୍ରୀ, ପାରାଦୀପରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସୂଚନା ଥାଉକି, ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତେବେ ଯାହା ଅନୁମାନ କରାଯାଉଛି ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ । ହେଲେ ଯଦି ଲଘୁଚାପ ସୃଷ୍ଟି ନ ହୁଏ ତେବେ ମୌସୁମୀ ଆଗମନରେ ହୋଇପାରେ ବିଳମ୍ୱ । କିନ୍ତୁ ସାରା ରାଜ୍ୟରେ ପ୍ରାୟତଃ ତାତିର ପ୍ରକୋପ ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ । ପାରଦ ୪୫ ଟପିପାରେ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

   Related Posts