୫ ଦିନ ତାତିରୁ ନାହିଁ ନିସ୍ତାର, ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

Published By : Prameya-News7 Bureau | May 24, 2023 IST

ଭୁବନେଶ୍ୱର ୨୪/୦୫: ଆଗାମୀ କିଛି ଦିନ ପାଇଁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ନୟାଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଏହି ଜିଲ୍ଲା ଗୁଡ଼ିକ ସମେତ ଆଉ ଉପକୂଳ ର ଖୋର୍ଦ୍ଧା, ଗଞ୍ଜାମ , ମାଲକାନଗିରି ଭଳି କିଛି ଜିଲ୍ଲା କୁ ୟେଲୋ ୱାର୍ଣିଂ ଦିଆଯାଇଛି । କାଳବୈଶାଖୀ ସମ୍ଭାବନା ରହିଛି । ଏହି ସମୟରେ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ଭିତରେ ସମ୍ବଲପୁର ରେ ସର୍ବାଧିକ ୪୩.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଆସନ୍ତା ୨୮ ତାରିଖ ଯାଏଁ ଏଭଳି ଗରମ ସ୍ଥିତି ଲାଗି ରହିବ । ବର୍ତ୍ତମାନ ବଡ଼ ବର୍ଷା ସମ୍ଭାବନା ନାହିଁ । ବିସ୍ତୃତ ଅଞ୍ଚଳରେ କାଳବୈଶାଖୀ ହେବନି । ଅଳ୍ପ କିଛି ଅଞ୍ଚଳରେ ବର୍ଷା ହେଲେ ମଧ୍ୟ ତାତିରୁ ବିଶେଷ ଆଶ୍ୱସ୍ତି ମିଳିବନି । ୨୯ ତାରିଖରେ ପାଗ ବଦଳିବା ସହ କିଛି ଆଶ୍ୱସ୍ତି ମିଳିପାରେ । ବର୍ଷା ବି ହୋଇପାରେ । ମାତ୍ର ୩୦ରେ ପୁଣି ତାତି ବଢ଼ିପାରେ ।

ପାଣିପାଗ ବିଭାଗ ସୂଚନାନୁସାରେ ଆସନ୍ତା ୩ ଦିନ ତାତି ପ୍ରକୋପ ଜାରି ରହିବ । ତା’ପରେ ତାତି କମିପାରେ । ବୁଧବାର କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନୟାଗଡ଼, କନ୍ଧମାଳରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ପବନ, ବର୍ଷା ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.