oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଆଗକୁ ଆହୁରି ବଢ଼ିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

25/04/2022 at 4:47 PM

ଭୁବନେଶ୍ୱର, ୨୫/୦୪: ଆହୁରି ବଢିବ ତାପମାତ୍ରା । ସ୍ୱାଭାବିକ ଠାରୁ ୧ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାର ତାପମାତ୍ରା । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ବଢିବା ସହ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବରଂ ତାପମାତ୍ରା ବୃଦ୍ଧି ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଭଳି ପଶ୍ଚିମ ଓଡିଶାର ଏହି ଜ଼ିଲ୍ଲା ଗୁଡିକରେ ୫ ଡିଗ୍ରୀ ଯାଏଁ ବଢ଼ିପାରେ ତାପମାତ୍ରା । ସେପଟେ ଉପକୂଳ ଓଡିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l

୨୭ ଓ ୨୮ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ ଏବଂ ୨୯ ତାରିଖରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି l ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ୱ ତାପମାତ୍ରା ରହିବା ସହ ଆର୍ଦ୍ରତାର ପରିଣାମ ଅଧିକ ରହିଥିବାରୁ ଦିନତମାମ ଗୁଳୁଗୁଳି ଅଧିକ ମାତ୍ରାରେ ଅନୁଭୂତ ହେବ ।

ତେବେ ଦୁଇବର୍ଷ ଲକଡାଉନ ଯୋଗୁଁ ଗାଡି ମୋଟରର ବ୍ୟବହାର କମିବା ଫଳରେ କମ ଥିଲା ଗ୍ରୀଷ୍ମପ୍ରବାହ । ହେଲେ ଚଳିତ ବର୍ଷ ସବୁ ରେକର୍ଡ ଭାଙ୍ଗି ଆକାଶରୁ ବର୍ଷୁଛି ନିଆଁ ।

   Related Posts