ବଢୁଛି ପାରଦ : ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି , ୧୦ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ

Published By : Prameya-News7 Bureau | May 27, 2020 IST

ଭୁବନେଶ୍ୱର ୨୭।୦୫: ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ବଢୁଛି ପାରଦ । ତତଲା କଡେଇରେ ଭାଜି ହେଉଛି ପୂରା ଓଡ଼ିଶା । ଆସନ୍ତା ୭୨ ଘଣ୍ଟା ଯାଏଁ ରାଜ୍ୟର ୧୦ ଜିଲ୍ଲାକୁ ହିଟ୍-ୱେଭ୍ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ସେହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ସମ୍ବଲପୁର । ଆସନ୍ତା ୨୯ ତାରିଖ ପରଠୁ ରାଜ୍ୟରେ ତାତି କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସେହିପରି ୩୦ ତାରିଖ ବେଳକୁ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଚଳିତ ବର୍ଷ ଓଡିଶାକୁ ସାମାନ୍ୟ ବିଳମ୍ବରେ ଆସିପାରେ ମୌସୁମୀ । ମୌସୁମୀ ବିଳମ୍ବରେ ଆସିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।   ଚଳିତ ବର୍ଷ ତୃତୀୟ ସପ୍ତାହ ଅର୍ଥାତ ୧୫ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଜୁନ୍ ୧ରୁ ୫ ତାରିଖ ମଧ୍ୟରେ ମୌସୁମୀ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.