ରାଜ୍ୟରୁ ଗାଏବ ଶୀତ, ମାଘରେ ବାଘ ଭଳି ତାତି ଅନୁଭୂତ

Published By : Prameya-News7 Bureau | February 06, 2024 IST

ଭୁବନେଶ୍ୱର ୦୬/୦୨: ରାଜ୍ୟରୁ ଶୀତ ଧୀରେ ଧୀରେ ଗାଏବ ହେବାରେ ଲାଗିଛି । ଏବେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ସୋମବାର ୧୫ ସ୍ଥାନରେ ରାତି ତାପମାତ୍ରା ୧୮ ଡିଗ୍ରୀ ଉପରେ ଅଛି । ରାତିରେ ଶୀତ ବଦଳରେ ଗରମ ହେଉଛି ।

ପୁରୀରେ ରାତି ତାପପାତ୍ରା ସବୁଠୁ ଅଧିକ ୨୨.୫ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୭ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

{"id":905405,"width":839,"height":471,"sizeSlug":"full","linkDestination":"none"}

ସେପଟେ ମାଘରେ ଅନୁଭୂତ ହେଉଛି ବାଘ ଭଳି ଖରା । ଏବେଠୁ ହେଲାଣି ଅସହ୍ୟ ଗରମ । ଗତକାଲି ଟିଟିଲାଗଡ଼ରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟଣାରେ ୩୪ ଦଶମିକ ୨ ଓ ମାଲକାନଗିରି ଓ ପାରଳାଖେମୁଣ୍ଡିରେ ପାରଦ ୩୪ ଡିଗ୍ରୀ ଛୁଇଁଛି । ବାଲେଶ୍ୱର, ପାରାଦୀପ, ଗୋପାଳପୁର, ପୁରୀ, କୋରାପୁଟ, ଦାରିଙ୍ଗବାଡ଼ି, ଛତ୍ରପୁର, ଦେବଗଡ଼, ରାଉରକେଲାକୁ ଛାଡି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା ।

you can also read...

wp:embed {"url":"https://www.prameyanews7.com/owner-came-to-the-collectors-office-holding-calf-for-treatment/","type":"wp-embed","providerNameSlug":"prameya-news-7"}
https://www.prameyanews7.com/owner-came-to-the-collectors-office-holding-calf-for-treatment/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.