୨୯ ଓ ୩୦ ତାରିଖ ୫ ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ, ଖରା ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ

Published By : Prameya-News7 Bureau | May 28, 2024 IST

ଭୁବନେଶ୍ବର: ଗୋଟିଏ ପଟେ ମୌସୁମୀକୁ ନେଇ ପାଣିପାଗ ବିଭାଗ ସୂଚନା ଖୁସି ଆଣିଥିବାବେଳେ, ଅନ୍ୟ ପଟେ କିନ୍ତୁ ରାଜ୍ୟରେ ପୁଣି ବଢ଼ିଛି ତାତି। ମଙ୍ଗଳବାର ଦିନ ସାଢ଼େ ୨ ଟା ସୁଦ୍ଧା ତାପମାତ୍ରା ଚାରିଟି ସ୍ଥାନରେ ତାପମାତ୍ରା ଟପିଛି ୪୩ ଡିଗ୍ରୀ ସେଲସିୟସ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆଗାମୀ ତିନିଦିନ ଯାଏଁ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ।  ଅସହ୍ୟ ହେବ ଗରମ ଗୁଳୁଗୁଳି ।  ଦିନର ତାପମାତ୍ରା ବୃଦ୍ଧି ପାଇବ । ଖରା ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର,ପୁରୀ , ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତି ହେବ । ଏନେଇ ଏ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

୨୯ ଓ ୩୦ ତାରିଖ ୫ ଜିଲ୍ଲାକୁ ହିଟଓ୍ବେଭ ଓ୍ବାର୍ଣ୍ଣିଂ

ବୁଧବାର ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ା । ସେହିପରି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଗରମ ଓ ଗୁଳୁଗୁଳି ପ୍ରଭାବ ଦେଖାଦେବ । ସେହିପରି ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା,ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବ । 

କିଛି ସ୍ଥାନରେ ହୋଇପାରେ କାଳବବୈଶାଖୀ

ଏଥିସହ ଆଜି ରାଜ୍ୟର କିଛି କିଛି  ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା  ରହିଛି। ୩୦ ରେ ଉତ୍ତର ଉପକୁଳର ଗୋଟେ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ୩୧ ରେ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ,ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ପବନର ବେଗ ୪୦_୫୦ କିଲୋମିଟର ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.